STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଛୁଇଁ ଯାଉ ହୃଦୟ ଆମର

ଛୁଇଁ ଯାଉ ହୃଦୟ ଆମର

1 min
17


ଆସୁଛି ଆଗକୁ ଶ୍ରୀଗୁଣ୍ଡିଚା ଯାତ

ନୀଳାଚଳେ ନବୋଦୟ

ପୁକାରେ ଉଲ୍ଲାସେ ଗଗନ ପବନ

ଜୟ ଜଗନ୍ନାଥ ଜୟ ।

ନିଳାଦ୍ରିଶ ନାଥ ଶ୍ରୀପୁରୁଷୋତ୍ତମ 

ହେଉ ପହଣ୍ଡି ବିଜୟ

ପୁଲକୁ ହୃଦୟେ ସତ୍ଯ ଅଭିଳାଷ 

ଧର୍ମର ହେଉ ଜୟ ।

ମୁକ୍ତିର ଆନନ୍ଦେ ସ୍ବଚ୍ଛନ୍ଦୁ ଜୀବନ

ବିକଶୁ ରାଜ୍ଯ ଓଡିଶା

ରଚୁ କିର୍ତ୍ତୀମାନ ଜ୍ଞାନ ଓ ବିଜ୍ଞାନେ

ସମୃଦ୍ଧୁ ସଂସ୍କୃତି ଭାଷା ।

ଉତ୍କର୍ଷୁ ଜୀବନେ କଳା ସୁସାହିତ୍ଯ 

ଉନ୍ମେଷୁ ସୃଜନୀ ଶକ୍ତି

ସ୍ବର୍ଣ୍ଣ ଅକ୍ଷରରେ ହେଉ ଲିପିବଦ୍ଧ 

ପୂର୍ବାଶା ଐତିହ୍ଯ ଗୀତି ।

ଉଡୁ ଫରଫର ପତିତପାବନ 

ଚଳୁ ଜାତି ନନ୍ଦିଘୋଷ 

ନାଶ ହେଉ ଘୋର ଅଜ୍ଞାନ ତିମିର

ପାପତାପ ଦୁଃଖ କ୍ଳେଶ ।

ଦୂର ହେଉ ମନୁ ହୀନ ସଂକୀର୍ଣ୍ଣତା

ଲଙ୍ଘୁ ଗିରି ଜାତି ପଙ୍ଗୁ

ଫୁଟୁ ଓଠେ ହସ ପ୍ରତିଟି ଜୀବନେ

କୃପାକର କୃପାସିନ୍ଧୁ ।

ବିରାଜ ପ୍ରଭୁହେ କୋଟି ଜନମନେ

ତେଜି ରତ୍ନ ସିଂହାସନ 

ରହିଛନ୍ତି ଚାହିଁ ଶ୍ରଦ୍ଧାଳୁ ଉତ୍କଣ୍ଠେ

ବାମନ ଦିଅ ଦର୍ଶନ ।

ଜାଗୁ ସୁସଙ୍କଳ୍ପ ନାମ ତୁମ ସ୍ମରି

ହେଉ ଶୁଭ ସୁମଙ୍ଗଳ 

ବଡଦାଣ୍ଡ ଧୂଳି ଛୁଇଁ ମୁଣ୍ଡେ ବୋଳି

ହୃଦ ହେଉ ସୁଶୀତଳ ।



Rate this content
Log in

Similar oriya poem from Classics