ଛତିଆ ପଥେ
ଛତିଆ ପଥେ
ତୋର ମୁଖ ଦେଖି ଜୀବନେ ପାଇଛି
ଅନେକ ସୁଖ.
ତୋର ମାଳାଜପି ଜୀବନୁ ଯାଇଛି
ଅନେକ ଦୁଃଖ.
ନିତି ଦେଖୁଥିବି ମୁଁ, ନିତି ଜପୁଥିବି ମୁଁ
ଭାବିଥିଲି ପାଦେ ଶରଣ ଥିବି ମୁଁ
ଜୀବନ ଯାକ.
କପଟିଆ, ଲମ୍ପଟିଆ, ଦଗାଦିଆ ବୋଲି
ଶୁଭୁଛି ଭକତ ଡାକ. l1l
ଅଜଣା ରୋଗ ଆସିଲା
ସତେ କଳ୍କୀ ଅବତାର ହେଲା
ଛତିଆ ସଜ କି ହେଲା
କରିବାକୁ ଲୀଳା ଖେଳା
ଦୁଆର କବାଟ କିଳି.
ଭାଇ ଭଉଣୀ ସଙ୍ଗରେ ଧରି
ଛତିଆ ଯିବକି ଚଳି
ପୁରୁଷୋତ୍ତମକୁ ଯିବ ପାଶୋରି.
ଆଖିରେ ତୋତେ ନ ଦେଖି ଦୁଃଖ ପାଇବି
ଜୀବନ ଯାକ.
କପଟିଆ, ଲମ୍ପଟିଆ, ଦଗାଦିଆ ବୋଲି
ଶୁଭୁଛି ଭକତ ଡାକ. l2l