STORYMIRROR

Kalandi pal

Inspirational

3  

Kalandi pal

Inspirational

ଛତିଆ ପଥେ

ଛତିଆ ପଥେ

1 min
212


ତୋର ମୁଖ ଦେଖି ଜୀବନେ ପାଇଛି

          ଅନେକ ସୁଖ.

ତୋର ମାଳାଜପି ଜୀବନୁ ଯାଇଛି

          ଅନେକ ଦୁଃଖ.

ନିତି ଦେଖୁଥିବି ମୁଁ, ନିତି ଜପୁଥିବି ମୁଁ 

ଭାବିଥିଲି ପାଦେ ଶରଣ ଥିବି ମୁଁ

           ଜୀବନ ଯାକ.

କପଟିଆ, ଲମ୍ପଟିଆ, ଦଗାଦିଆ ବୋଲି

      ଶୁଭୁଛି ଭକତ ଡାକ. l1l


ଅଜଣା ରୋଗ ଆସିଲା

     ସତେ କଳ୍କୀ ଅବତାର ହେଲା

ଛତିଆ ସଜ କି ହେଲା

     କରିବାକୁ ଲୀଳା ଖେଳା

ଦୁଆର କବାଟ କିଳି.

      ଭାଇ ଭଉଣୀ ସଙ୍ଗରେ ଧରି

ଛତିଆ ଯିବକି ଚଳି

     ପୁରୁଷୋତ୍ତମକୁ ଯିବ ପାଶୋରି.

ଆଖିରେ ତୋତେ ନ ଦେଖି ଦୁଃଖ ପାଇବି

         ଜୀବନ ଯାକ.

କପଟିଆ, ଲମ୍ପଟିଆ, ଦଗାଦିଆ ବୋଲି

      ଶୁଭୁଛି ଭକତ ଡାକ.  l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational