STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ଛୋଟ ଶିଶୁ ମୁହିଁ

ଛୋଟ ଶିଶୁ ମୁହିଁ

1 min
368


ଛୋଟ ଶିଶୁ ମୁହିଁ, ଛୋଟିଆ ମୋ ମନ

କୁନି କୁନି ଆଖିରେ ମୋ ଅସୁମାରୀ ସ୍ଵପ୍ନ


ଆଶା ଯିବି ଛୁଇଁ, ଆକାଶକୁ ମୁହିଁ

କୁନି କୁନି ପାଦେ ମୋର, ଲଂଘିବି ସାଗର


ସୂର୍ଯ୍ୟ ସମ ଦୀପ୍ତିମନ୍ତ ହୋଇ ମୁଁ ବଢିବି

ଶୀତଳ ଜୋଛନା ପରି ମନ ମୁଁ ତୋଷିବି


ଆକାଶର ସମ ମୁଁ ତ ହେବି ଯେ ବିଶାଳ

ଧରଣୀ ପରି ହୃଦୟକୁ ରଖିବି କୋମଳ


ଗୁରୁ, ଗୁରଜନ ପାଶେ ରଖିବି ଭକତି

ସଂସାରେ ବାଣ୍ଟିବି ସଦା ସେନେହ ପୀରତି


ଭଲ ପାଠ ପଢି ଭଲ ମଣିଷ ହେବି

ବଡ଼ ହୋଇ ଦେଶ ଜାତି ଯଶ ମୁଁ ରଖିବି


ନୂଆ ନୂଆ କଥା କେତେ ଯେ ଶିଖିବି

ଜ୍ଞାନ-ବିଜ୍ଞାନ ବଳରେ ଦୁନିଆଁ ଜିତିବି


ସମତା, ସତ୍ୟ, ଧର୍ମ ଓ ତ୍ୟାଗର ବଳେ

ଚାଲିବି ସଦା ସର୍ବଦା ନ୍ୟାୟର ତାଳେ


ସାରା ଜଗତ କଲ୍ୟାଣ ହେବ ମୋ ଧେୟ

ପିତା ମାତା ଗୁରୁଜନ ପାଦେ ରଖିବି ଲୟ


ମନ ମୋର ଅଟେ ଏକ ଆଶାର ଭଣ୍ଡାର 

ନବ-ଆଲୋକ ସନ୍ଧାନୀ ଉତ୍ସାହର ସମ୍ଭାର


କ୍ଷୁଦ୍ରେ ମନେ ଲୁଚି ଅଛି କେତେ ସମ୍ଭାବନା

ସେନେହ ବିତରେ ମୁଁ ଯେ ନ କରି ଛଳନା


ମୋ ଭିତରେ ଲୁଚିଅଛି ସୁନ୍ଦର ଭବିଷ୍ୟ

ଦେଶକୁ ଦେବି ସୁରକ୍ଷା ଲୁଟାଇ ସର୍ବସ୍ଵ


ଛୋଟ ବୋଲି, ମୋତେ ହେୟ ମଣ ନାହିଁ

ବଡ଼ ହୋଇ ଯଶ କୀର୍ତ୍ତି ଅର୍ଜିବି ଯେ ମୁହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational