STORYMIRROR

DHARITRI SAHU

Abstract

4  

DHARITRI SAHU

Abstract

ଛୋଟ ଘରେ ଷଡ଼ଯନ୍ତ୍ର

ଛୋଟ ଘରେ ଷଡ଼ଯନ୍ତ୍ର

1 min
251

ଛୋଟ ମୋର ଏ ଘର,

ଛୋଟ ମୋ ସଂସାର

ଯାହା ତୁମେ ଦେଇଛ ହେ ପ୍ରଭୁ

ସେ ସବୁ ତ ତୁମର।

ଏଇ ପଦଟି ତ ଛୁଇଁ ଥିଲା ମୋର 

ହୃଦୟ କନ୍ଦରେ ପ୍ରଭୁ,

ସବୁ ଦିନେ ସବୁ ସମୟରେ ତୁମ 

ପାଦେ ସମର୍ପଇ ସବୁ।

କେଉଁ ଅପରାଧେ କି ଦୋଷ ର ବଳେ

ସ୍ବର୍ଗ ନରକେ ବଦଳେ,

ସବୁ ତ ଦେଇଛ ଏ ସବୁ ତ ଦାନ

ଆଶା ନାହିଁ ଅଧିକାରେ।

ଘରେ ଘରେ ଆଜି ଶାନ୍ତି ର ଅଭାବ

କିଏ ନେଲା ଚୋରି କରି,

ଧନ ସମ୍ପଦ ର ଅଭାବ ତ ନାହିଁ

ମନ ମିଶୁ ନାହିଁ ପୁଣି।

ଧୈର୍ଯ୍ୟ, ପ୍ରିତି ଆଉ ଶହନ ଶୀଳତା

ହଜିଲା ମଣିଷ ପାଶୁ,

ମିଶିକି ଚଳିବା ମିଶିକି ହସିବା

ଛାଡିଦେଲେ ସହେ କୋଶୁ।

ପରିବାର ଯେଉଁ ଅମୃତ ସମ୍ପଦ

ଧନରେ ମିଳଇ ନାହିଁ,

ଏକୁଟିଆ ଆମେ ଅୟସ କରିବା

କାକୁ କିଛି ଦେବା ନାହିଁ।

ନାରୀର ଭୂମିକା ସଂସାର ଭିତରେ

ମମତା ଛାୟା ବାଣ୍ଟିବା,

ମମତ୍ବ ହଜିଲା ଛାଇ ଲୁଚିଗଲା

ନିଜ ସ୍ବାର୍ଥ ଧରି ହେବା।

ବଡ଼କୁ ସମ୍ମାନ, ସ୍ନେହ, ଶ୍ରଦ୍ଧା, ପ୍ରେମ

ହଜିଗଲା ଦିଗବଳୟେ,

ଆମ ଠାରୁ ବଡ଼ ଆଉ କେହି ନାହିଁ

ଖାଲି ଗର୍ବ ଅହଂକାରେ।

ଯୁଗେ ଯୁଗେ ନାରୀ ମହୀୟସୀ ପରା

ତା ଗୁଣେ କଳନା ନାହିଁ,

ପୁରୁଷ ଘରର ବଟ ବୃକ୍ଷ ପରା

ସର୍ବଦା ଦିଅଇ ଛାଇ।

ଏ କଥାର ମହତ୍ଵ ବୁଝରେ ମାନବ

ଭକ୍ତି ରେ ନୈବେଦ୍ୟ ଦିଅ,

ମିଠା ଉଖୁଡା ରେ ଦିବ୍ୟତ୍ବ ମିଳେନା

ସଦ୍ଭାଵେ ମିଳି ଦିଅଁ।

ଷଡ଼ଯନ୍ତ୍ର ଖାଲି ଚାଲଇ ମନରେ

ଶାଶୁ କୁ ଘରୁ କାଢ଼ିବା,

ଶାଶୁ ର ଚାଲଇ ଯୌତୁକ ପାଇଁ

ବୋହୁକୁ ଅବା ପୋଡ଼ିବା।

ସ୍ବାମୀ ସ୍ତ୍ରୀ ଯେଉଁ ପବିତ୍ର ସମ୍ପର୍କ

ଦି ଘଡ଼ିରେ ଯାଏ ଛିଡି,

ବାପଘର ଯିବା ଧମକ ଦେଇଣ

କରନ୍ତି ପୁରୁଷେ ଛେଳି।

ଛାଡ଼ପତ୍ର କିମ୍ବା ନିର୍ଯ୍ୟାତନା ସବୁ

ନୁହେଁ ସମାଧାନ କାର,

ସ୍ବର୍ଗ ପରି ଘର କରିବାକୁ ହେଲେ

ସହି ବନିଯା' ପଥର।।


Rate this content
Log in

Similar oriya poem from Abstract