STORYMIRROR

Bunee Tripathy

Classics Others

3  

Bunee Tripathy

Classics Others

ଛନ୍ଦହୀନ ପଥିକ

ଛନ୍ଦହୀନ ପଥିକ

1 min
221

ପଥହରା ପଥିକ ମୁଁ

    ଖୋଜୁଛି ସେ ବାଟ

ଯେଉଁ ପଥେ ଗଲେ ମୋତେ

     ମିଳିବ ସେ ଘାଟ।

ଚାଲୁଚାଲୁ ଭୁଲି ଗଲେ

     ହେଲି ବାଟବଣା,

ଜୀବଜନ୍ତୁ ସରିସୃପ

     କଲେ ଭିଡାଟଣା।

ଜୀବନ ରାସ୍ତାରୁ ଯିଏ ଥରେ

      ହେଲା ପଥଚ୍ଯୁତ

ଖାଲ ଖମା କଣ୍ଟା କାଚରେ

      ବୋହିବ ତ ରକ୍ତ।

ଜୀବନଟା ହେଇଯାଏ

      ଛନ୍ଦ ରସ ହୀନ

ବଞ୍ଚିବାଟା ମୂଲ୍ଯହୀନ

     ମିଳେନି ସମ୍ମାନ।

ରଙ୍ଗହୀନ ବାସହୀନ ଫୁଲ

     ପାଖେ ପଶେନି ଭ୍ରମର

ବୋଝ ପରି ଲାଗେ ଜୀବନଟା

      ପିତା ଲାଗେ ଏହି ସଂସାର।

ଛନ୍ଦ ଆଜି ତାଳ ହୀନ

     ବାଜେନି ଘୁଙ୍ଗୁର

ବିରହ ଗୀତଗାଏ

      ହଜିଯାଏ ସ୍ବର।

ଜୀବନଟା ହୋଇଯାଏ ନର୍କ

      ସବୁ ହୁଏ ଫିକା

ରଙ୍ଗସବୁ ମଳିନ ଦିଶଇ

     ରହିବାକୁ ହୁଏ ଏକା।

ଛନ୍ଦର ଲାଳିତ୍ଯ ହଜିଗଲେ ଥରେ

       ଶୃତି କଟୁ ହୋଇଯାଏ

ମଣିଷ ଜୀବନ ଛନ୍ଦହୀନ ହେଲେ

        ଆଶା ସବୁ ମରିଯାଏ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics