ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ବୃନ୍ତଝଡ଼ା ମୁଁ ଶୁଷ୍କପତ୍ର ଚାହେଁ କୋହଭରା ବୁକେ,
ପାନ୍ଥଶାଳାର କ୍ଲାନ୍ତ ପଥିକ ଶ୍ରାନ୍ତ ହୃଦୟେ ଡାକେ |(ଘୋଷା )
ନିଦାରୁଣ ଏଇ ତପ୍ତ ଧରଣୀ ମୋ ପାଇଁ ଅସହ୍ୟ ହୁଏ,
ଜୀବନ୍ତ ଶବକୁ କାନ୍ଧରେ ଥୋଇ ନିଜେ ନିଜେ ବୋହି ନିଏ |
ଅସରନ୍ତି ରାସ୍ତା ଶେଷନାହିଁ ମୋର କେବେ ଚାଲେ କେବେ ଥକେ |
ବୃନ୍ତଝଡ଼ା ମୁଁ ଶୁଷ୍କପତ୍ର ଚାହେଁ କୋହଭରା ବୁକେ,
ପାନ୍ଥଶାଳାର କ୍ଲାନ୍ତ ପଥିକ ଶ୍ରାନ୍ତ ହୃଦୟେ ଡାକେ | ((1)
ନିଲଠା ଫଗୁଣ ଫେରିଗଲା ସିନା ସାଥେ ନେଇ ପୁଷ୍ପଧନୁ,
ବର୍ଷଣ ରାତି ବୈରୀ ସାଜିଛି ପତ୍ର କଅଁଳିଲା ଦିନୁ |
କଣ୍ଟକିତ ଲାଗେ ମଳୟ ପବନ ମଧୁପିଇ ତଣ୍ଟି ଶୁଖେ |
ବୃନ୍ତଝଡ଼ା ମୁଁ ଶୁଷ୍କପତ୍ର ଚାହେଁ କୋହଭରା ବୁକେ,
ପାନ୍ଥଶାଳାର କ୍ଲାନ୍ତ ପଥିକ ଶ୍ରାନ୍ତ ହୃଦୟେ ଡାକେ | (2)