ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ଜୀବନ ଯଦି ପ୍ରୀତି ଉପବନ ହୁଏ
ପ୍ରେମ ସେଥିରେ ରଙ୍ଗ ଭରା ପୁଷ୍ପ
ତାକୁ ହିଁ ନେଇ ମଣିଷ ଲେଖେ
କେତେ ବେଳେ କବିତା କେବେ ପୁଣି ଗଳ୍ପ ।
ଦୁଇ ଦିନର ସ୍ବପ୍ନିଳ ଜୀବନ
ପ୍ରେମ ନ ଥିଲେ ମନେହୁଏ ଛନ୍ଦହୀନ ।
ଯେମିତି ସମଷ୍ଟି ଅସହ୍ୟ ଜ୍ୱାଳାର
ସାଗର ବେଳାରେ ସ୍ବପ୍ନ , ମୃତ ଶାମୁକାର ।
କି ମାନେ ଅଛି ଏମିତିକା ନିଃସଙ୍ଗ
ଏକା ଏକା ଜିଇଁ ବାରେ
ଛନ୍ଦହୀନ ଜୀବନ ସାଥେ
ଅଭିଶପ୍ତ ହୃଦୟରେ ।
ମଣିଷ ଜୀବନ ଅୟୁତ ଆଶାର ଅଖଣ୍ଡ ଦୀପ
ମଧୁର ସଙ୍ଗୀତର ଅସରନ୍ତି ଆଳାପ
ପୁଲକିତ ପ୍ରେମର ଆଧାର
କୁହାଯାଏ ସର୍ବୋତ୍ତମ ସୃଷ୍ଟି ଏ ଧରାରେ ସ୍ରଷ୍ଟାର ।
ତାକୁ ମନ ଭରି ଭଲପାଇ ବାର ଅଛି
ସର୍ତ୍ତ ନ ରଖି ଉଷା କି ଗୋଧୂଳିରେ ।
ଦେଖୁ ଦେଖୁ କେତେ ବେଳେ ସରି ଯିବ
ବିଭୋର ପଣରେ ଜିଇଁ ଚାଲ
ପ୍ରତି ଦିନ ପ୍ରତି ମୂହୁର୍ତ୍ତରେ ।