STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଛନ୍ଦାଚରଣେ ରହୁ ଭକ୍ତି

ଛନ୍ଦାଚରଣେ ରହୁ ଭକ୍ତି

1 min
14


ସେହୁତ ବ୍ରହ୍ମାଣ୍ଡ ଠାକୁର,

        ସବୁତ ହସ୍ତରେ ତାଙ୍କର।।

ଛନ୍ଦାଚରଣ ଇଚ୍ଛା କର,

     ଦେବେ ସେ କର୍ମପଥ ତୋର।।

କରୁଣା ତାଙ୍କ ରହିଥିବ

      ପ୍ରେମ ଭକ୍ତିରେ ସେବୁ ଥିବ।।

ଛନ୍ଦା ଯେ ଜଗତ ଈଶ୍ୱର,

         ଅଟନ୍ତି ଅତି ଆପଣାର।।

ମର୍ତ୍ତ୍ୟ ଭୁବନ ରଙ୍ଗମଞ୍ଚ

        ଦିନ ଘଡିଲେ ହୁଏ ସଞ୍ଜ !!

ଜନ୍ମିଲେ ମୃତ୍ୟୁ ଯେ ଅବଶ୍ୟ,

         ହସି କୁହନ୍ତି ଜଗଦୀଶ।।

ଅଭିନୟ ଯେ ହେଲେ ପୂର୍ଣ୍ଣ,

       ଛନ୍ଦାଚରଣେ ହେବୁ ଲୀନ।।

ଜୀବନ ଅର୍ପିତ ଚରଣ,

        ଭକ୍ତି କାଳିଆ ଅନୁକ୍ଷଣ।।

ସତ୍ୟର ବାଟ ସେହୁ ଦେବେ

      ଧର୍ମ ପଥକୁ ନେଇ ଯିବେ।                            

 ଅଥଳ ସଂସାର ସାଗର

       ନାବିକ ପ୍ରଭୁ ନିରାକାର ।।

ଜୀବନ ଏହୁ କର୍ମ ପାଇଁ

       କରିବି ରାଷ୍ଟ୍ର କାର୍ଯ୍ୟ ମୁହିଁ।।

ଗୃହର ଧର୍ମ ପାଳୁ ଥିବି

      କାହାକୁ ଆଘାତ ନ ଦେବି।।

କରିବି ପିତୃମାତୃ ସେବା                       

     ଭୋଜିବି ନାମ ପ୍ରଭୁ ଦେବା।।

ଅତିଥି ସତ୍କାର କରିବି

      ଜନତା ସେବା କରୁ ଥିବି।।

ଆତ୍ମନିର୍ଭର ମୁଁ ହୋଇବି

     ରାଷ୍ଟ୍ରକୁ କୀର୍ତ୍ତି ଯେ ଆଣିବି।।

କର୍ତ୍ତବ୍ୟ ପଥ ଦିଅ ମୋର,

       ଅନାଦି ଅନନ୍ତ ଠାକୁର।।

ବୈକୁଣ୍ଠ ଧାମେ ଦେବୁ ସ୍ଥାନ

       ଦୂର କରିବୁ ସବୁ ବିଘ୍ନ।।




Rate this content
Log in

Similar oriya poem from Abstract