STORYMIRROR

samhita jena

Inspirational

4  

samhita jena

Inspirational

ଛନ୍ଦା ଚରଣରେ ବନ୍ଧା ମୋ ପରାଣ

ଛନ୍ଦା ଚରଣରେ ବନ୍ଧା ମୋ ପରାଣ

1 min
632

ଛନ୍ଦା ଚରଣରେ ବନ୍ଧା ମୋ ପରାଣ

ଗିରି ଗୋବର୍ଦ୍ଧନ ଧାରୀ

ଦୁଃଖର ଦରିଆ ପାରି ହୋଇଯାଏ

ପ୍ରଭୂ ତୁମ ନାମ ଧରି।


ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ

ତୁମ ନାମ ପ୍ରଭୂ ସାର

ଜୀବନ ଯନ୍ତ୍ରଣା ଦୂର ହୋଇଯାଏ

ପାପରୁ ମିଳେ ନିସ୍ତାର।


ଦୁଃଖୀ ଦୁଃଖ ହାରୀ ଆହେ ଗିରିଧାରୀ

କମନୀୟ ତୁମ ରୂପ

ଭକ୍ତି ନୈବେଦ୍ୟରେ ପୂଜଇ ତୁମକୁ

ଜାଳିଦେଇ ସନ୍ଧ୍ୟା ଦୀପ।


କିଏ କହେ ତୁମେ ହଟିଆ ଠାକୁର

ଦେଖୁଥାଅ ଖାଲି ହଟ

ମୟୁର ଚୁଳିଆ କଦମ୍ବ ମୂଳିଆ

ଭକ୍ତ ହୃଦ ବାଞ୍ଛା ବଟ।


ଯନ୍ତ୍ରଣା କାତର ହୃଦୟରେ ପ୍ରଭୂ

ମୋହନ ବଂଶୀର ଧ୍ୱନି

ମୁର୍ମୁଷୁ ପ୍ରାଣରେ ତୋଳଇ ମୂର୍ଚ୍ଛନା

ଅଟେ ମୃତ୍ୟୁ ସଂଜୀବନୀ।


ହେ ଛନ୍ଦା ଚରଣ ପ୍ରଭୂ ନାରାୟଣ

ବରଷିବ କୃପା ବାରି

କମନୀୟ ରୂପ ଦେଖୁଥାଉ ନେତ୍ର

ମୁଖ ଭଜୁଥାଉ ହରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational