ଛନ୍ଦ ହୀନ ଜୀବନରେ ରଙ୍ଗ ବୋଳିବା
ଛନ୍ଦ ହୀନ ଜୀବନରେ ରଙ୍ଗ ବୋଳିବା


ଜନମ ମରଣ ଦୁଇ କୂଳ ଛୁଇଁ
ବହୁଛି ସମୟ ନଈ,
ଏ କୂଳୁ ସେ କୂଳ ଯିବା ସୁନିଶ୍ଚିତ
ଜୀବନ ନଉକା ବାହି। [୧]
ଜୀବନ ତରୀକୁ ତୀରେ ଲଗାଇବା
ବଡ କାଠିକର ପାଠ,
ଧଇର୍ଯ୍ୟ ସାହାସ ଆହୁଲା ଲଗାଇ
ପାରି କରଇ ନାବିକ। [୨]
ସୁଖରେ ଜୀବନ ସ୍ରୋତ ଅନୁକୂଳେ
ନଉକା ବାହିବା ସମ,
ସ୍ରୋତ ପ୍ରତିକୂଳେ କୁଶଳୀ ନାଉରୀ
ପାରି କରେ କଷ୍ଟ କ୍ଷଣ। [୩]
ଶଠତା, ଚାଟୁତା, କ୍ରୁରତା, କୁମତି,
କୁସଙ୍ଗୀଠୁ ଦୂରେ ରହି,
ସତ୍ୟ ସ୍ନେହ କ୍ଷମା ସଂଗୀତ ଗାଇ
ନଉକା ନେବାରେ ବାହି। [୪]
ଦୂରା
ଶା, ଦୁଶ୍ଚିନ୍ତା, ଜୀବନେ ଆଣଇ
ନିରାଶା-ହତାଶା ଭାବ,
ଦୁସ୍ୱପ୍ନ ପରାୟେ ଯେତେ ପାର
ତାକୁ ମନରୁ ଦୂରେଇ ଦେବ। [୫]
ପାଶେ ଅଛି ଯାହା ତାକୁ ଯଦି ତୁମେ
ମନଭରି ଭଲପାଅ,
ଆପେ ଆପେ ସବୁକିଛି ପାଇଯିବ
ଯାହା କିଛି ଖୋଜୁଥାଅ । [୬]
ପ୍ରାୟମ୍ଭ ଜୀବନ, ସଭିଙ୍କ ଗୋଟିଏ
ଶୂନ୍ୟ କାନଭାସ ପରି,
ଶ୍ରେଷ୍ଠ ପ୍ରତିକୃତି ଆଙ୍କିଦେବା ଆସ
ସୁଖ ଦୁଃଖ ସ୍ୟାହି ଭରି । [୭]
ଛନ୍ଦ ହୀନ ଜୀବନରେ ଚାଲ ଟିକେ
ପ୍ରୀତିର ରଙ୍ଗ ବୋଳିବା।
ଦୁଇଦିନ ଏଇ ଦୁନିଆଁର ଖେଳ
ହସ ଖୁସି ରେ ଜୀଇଁବା । [୮]