STORYMIRROR

Amit Bal

Romance

3  

Amit Bal

Romance

ଛଳନା

ଛଳନା

1 min
226

ମୋର ହଜାରେ ପ୍ରଶ୍ନକୁ

ତା'ର ଗୋଟାଏ ନିରବତା,

ନିଭିଲା ନିଭିଲା ଆଖିରେ

ସତେକି ପୁଳାଏ ଚଞ୍ଚକତା,


ବାହାରେ ବହଳ ଅନ୍ଧାର

ଆଶା କିନ୍ତୁ ମିଠା ଜହ୍ନ ରାତିର,

ହୋଇ ପାରେ ସେ ମରୁ ମରିଚୀକା

କଳ୍ପନାଟା ଖାଲି ଯା'ର ସୁନ୍ଦର ,


ଅଚିହ୍ନା ଫୁଲର ବାସ୍ନା ପାଇଁ ଏତେ ପାଗଳପଣ

ହୁଏତ ଥିଲା ଗୋଟେ ମିଥ୍ୟା ଭାବପ୍ରବଣତା

ପାଦ ତଳର ମାଟିସବୁ ଖସି ଚାଲି ଥିଲା

ମୁଁ ବସି ବେଧଡକ୍ ଲେଖୁଥିଲି ପ୍ରେମ କବିତା ,


ଶହ ଶହ ପ୍ରାଣମୟ ମୁହୂର୍ତ୍ତ ନଷ୍ଟ ହେଉଥିଲା

ଜଳି ପୋଡ଼ି ତା' ଛଳନାର ଜଉଘରେ,

ଅଥଚ ମୋ ମନର ଏତେ ଶୀହରଣ

ଛୁଇଁ ପାରୁନଥିଲା ତାକୁ ସେବେ ଫଗୁଣର ଦ୍ୱାରେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance