STORYMIRROR

Amit Bal

Abstract Romance Inspirational

4  

Amit Bal

Abstract Romance Inspirational

ଛଳନା(୧୦) ଅବୁଝା ପ୍ରେମର ବ୍ୟାକରଣ

ଛଳନା(୧୦) ଅବୁଝା ପ୍ରେମର ବ୍ୟାକରଣ

1 min
163

ତା'ର ସେ ଅବୁଝା ପ୍ରେମର ବିକୃତ ବ୍ୟାକରଣ

ବଡ଼ ଅସ୍ତବ୍ୟସ୍ତ କରୁଥିଲା ଜୀବନକୁ ଜାଣ,

ହଜି ଯାଉଥିଲା ଜୀବନ ଅଜଣା ପୃଥିବୀରେ

ସେ କିନ୍ତୁ ବ୍ୟସ୍ତ ଥିଲା ତା ମିଛ ଦୁନିଆରେ ,


ସମୟର ସେଇ ଘନୀଭୂତ ଅନ୍ଧକାରରେ

ଶ୍ରୀହୀନ ଦିଶୁଥିଲା ସଂପର୍କ ଧିରେ ଧିରେ,

ମୁଁ ବୋହି ଚାଲିଥିଲି ବିବେକର ଭାର

ମୁଠାଏ ସ୍ନେହ ପ୍ରେମର ଆଶା ଆକାଂକ୍ଷାରେ,


ସବୁ ଥିଲା ତା' ପାଇଁ ବିଜ୍ଞାପନର ଦୁନିଆ,

ପ୍ରେମ,ଇସ୍ତାହାରର ପୃଷ୍ଠାରେ ସତେକି ଛବିଟେ ନୂଆ,

ପ୍ରତିଶ୍ରୁତି ର ମାନେ ମିଥ୍ୟା ଶବ୍ଦର ବାଣ

କଥା କଥାରେ ଟଙ୍କା ଆଉ ଆଭିଜାତ୍ୟର ଟାଣ ,


କେମିତି ଆୟୁଷ ଦେଇ ହେବ କହିଲ ବେଶୀ ଦିନ

ସଂପର୍କ ର ଏଭଳି ରୋଗାକ୍ରାନ୍ତ ଶରୀରକୁ,

ଆନ୍ତରିକତା ର ରଜ୍ଜୁରେ ବାନ୍ଧି ଦେଇ ହେବ

ଶିଥିଳ ହୋଇ ପଡୁଥିବା ମଣିଷ ଭିତରର ଭାବନାକୁ !


ଏମିତି ହିଁ ଛଳନାର ସ୍ମୃତିମାନେ ଯୁଗେ ଯୁଗେ

ପ୍ରାଣହୀନ ଶବ ପରି ପଡି ରହନ୍ତି ମଶାଣିରେ,

ଏକଥା ମଣିଷ ବୁଝିଲା ବେଳକୁ ଜୀବନେ,

ସମୟ , ଅପରାହ୍ନରର ଭୂ ଲମ୍ବିତ ଛାଇପରି

 ଲମ୍ବି ଯାଇଥାଏ କାହିଁ କେତେ ଦୂରେ ।



Rate this content
Log in

Similar oriya poem from Abstract