Ajay kumar Behera

Tragedy

3  

Ajay kumar Behera

Tragedy

"ଛଳନା-୧"

"ଛଳନା-୧"

1 min
207



କେଉଁ କର୍ମ ଫଳ     ଦେଉଅଛୁ ତୁହି

     ବୁଝିମୁଁ ପାରୁନି ଜମା

ଯେତେ ବୁଝେଇଲେ    ନିଜକୁ କିପରି

     କରିବି ଆଲୋ ମୁଁ କ୍ଷମା।୧।


ଛଳନା ଛୁରୀରେ      ହାଣିଦେଲୁ ଆରେ

     ବୁଝିଲୁ ନାହିଁ ତୁ କଥା

ଠକି ଦେଲୁ ମୋତେ    ମିଠାକଥା କହି

      ନଇଁ ଗଲା ମୋର ମଥା।୨।


ଭରଷା କରି ମୁଁ       ବଡ଼ ଭୁଲ କଲି

      କେଡ଼େ କି ଅଧମ ମୁହିଁ

ଏକା ଏକା ଆଜି       ରାତି ବିତେ ମୋର

      ତୋହରି ମୁହଁକୁ ଚାହିଁ।୩।


ଭାବନାରେ ତୋର      ଥିଲା କିଏ ଯଦି

      ପାଉଥିଲୁ କାହିଁ ଭଲ

ମିଛ କଥା କହି        ଛଳନା ରଚିଲୁ

      ଦେଇଦେଲୁ ପ୍ରେମ ମୂଲ।୪।


ଅନ୍ଧ ପ୍ରେମିକଟେ       ତୋ ବାଟରେ ମୁହିଁ

       ଆଉ ଯେ ଚାଲିବି ନାହିଁ

ଯାହା ଦଣ୍ଡ ଦେଲୁ       ଜୀଇଁ ଥାଉ ଥାଉ

       ଭୁଲିବି କିପରି ମୁହିଁ।୫।



Rate this content
Log in

Similar oriya poem from Tragedy