ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ମୋ ଭଙ୍ଗା ପୃଥିବୀଟା ସଜେଇ ଥିଲି
ତୋରି ସପ୍ନର ରଙ୍ଗ ଦେଇ
ପୁଣି ନିଜେ ହଜିଯାଇଥିଲି ତୋ ର ସେ
ସୁନ୍ଦର ସୁନ୍ଦର ସ୍ମୃତିରେ
ଭାବନା କୁ ମୋର ଭିଜେଇ ଥିଲି
ତୋର ସେ ଗଭୀର ପ୍ରେମର ଭାବରେ
ହେଲେ ସବୁ ସପ୍ନ କଣ ସତ ହୁଏନା
ସବୁ କଳ୍ପନା ରେ ରଙ୍ଗ ଦେଇ ହୁଏ ନା
କି ସବୁ ମନ କୁ କିଣି ହୁଏନା l
ତୋର ସେ ଆସିବା ବାଟକୁ
ମୁଁ ଆଜି ବି ଅପେକ୍ଷା କରିଛି
ସଞ୍ଜ ଦୀପ ଆଜିବି ଜlଳୁଛି
ଆଶା ର ଫଗୁଣ ଟେ ଆଜି ବି ଖୋଜୁଛି
ହେଲେ ଜାଣିନି ତୁ ଆସିବୁ କି ନା
ଆଉ ଥରେ ମୋର ଭଙ୍ଗା ପୃଥିବୀକୁ
ସାଇତା ସପ୍ନ ସବୁ ଏବେ ବିଞ୍ଚି ହୋଇ ଯାଏ
ଖେଳି ଯାଏ ଅୟୁତ ଅଶ୍ରୁ ମୋ ନୟନ କୋଣରେ
ବିରହର ଦୀପ ଦୀପ ଶିଖା
ଧୀରେ ଧୀରେ ଲିଭିଯାଏ ମୋ ଜୀବନରେ
ତଥାପି ଅପେକ୍ଷା ତୋର
ମୋର ଏ ଭଙ୍ଗା ପୃଥିବୀରେ
ମୋର ଏ ଭଙ୍ଗା ହୃଦୟରେ ।