STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

ଛଳନା(୦୮)#ଅବିଶ୍ବାସର ଆଖି#

ଛଳନା(୦୮)#ଅବିଶ୍ବାସର ଆଖି#

1 min
171

ମୋନାଠୁ ମୋନାଲିସା ଯାଏ ସଭିଏଁ ଥିଲେ ସୁନ୍ଦରୀ ଅତି

ଜଣେ ପ୍ରଜାପତି ହେଲେ ଅନ୍ୟ ଜଣେ ଜହ୍ନରାତି,

ଏବେ କିନ୍ତୁ ଲାଗେ ସବୁ ମରିଚୀକା

କହିପାର ବିଶ୍ୱାସର ଆଖିରେ ମିଛ ପ୍ରହେଳିକା,

ଅଚିହ୍ନା ଫୁଲର ମାୟାବୀ ବାସ୍ନା

ସମୟର ବେଳାଭୂମିରେ ଅନ୍ଧାରର ଅସରନ୍ତି ତୃଷ୍ଣା ,


ଭାବପ୍ରବଣତାର କୋମଳ ଛୁଆଁରେ

କି ଲାଭ ଥିଲା କେଜାଣି ଯୈ।ବନରେ ମାତିବାର

ଜାଣିଶୁଣି ଶ୍ରାବଣରେ ଅସରନ୍ତି ଆତ୍ମୀୟତାକୁ ଛାଡି

ଏକା ଏକା ଲହୁ ଲୁହାଣ ହୋଇ ଜଳିବାର !


ଧିରେ ଧିରେ ଛଳନାର ଖୋଳପାରୁ 

ବାହାରୁଥିଲେ ସଭିଏଁ ମହତ୍ତ୍ୱାକାଂକ୍ଷାର ରଙ୍ଗ ନାଇ

ଆତ୍ମା ଆଉ ମନର ଆକାଶେ ନିର୍ଲ୍ୱଜତାର ସହ

ଐଶ୍ୱର୍ଯ୍ୟର ଛୁରୀ ଭୁଷାଭୁଷି ହୋଇ ,


ସେଦିନ ମାଡି ଆସୁଥିଲା ନିଦ ଏ ଆଖିରେ

ସତେ କି ତମାମ ଜୀବନ ପାଇଁ

ଶୁଣି ଥିଲି ଛଳନାର ଗୋଟେ ସୀମା ଥାଏ

ହେଲେ ମନେ ହେଲା ମୋ ଲାଗି ସେତକ ବି ନାହିଁ ....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance