ଛବିଳ ମଧୁ ବର୍ଣ୍ଣବୋଧରୁ କବିତା
ଛବିଳ ମଧୁ ବର୍ଣ୍ଣବୋଧରୁ କବିତା
ଶୈଶବ କାଳରୁ କରିବା ତ ପଣ
ମିଛ କେବେ କହିବାନି
ସତ କହି ସଦା ରଖିବା ସମ୍ମାନ
ମିଛ ପାଖେ ଡରିବାନି ।
ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲିବା
ଅନ୍ୟାୟକୁ ସହିବାନି
ଦୁର୍ନୀତି ଦୁଷ୍କର୍ମ ସିଏ ତ କରିବ
କାହାକୁ ବି ଛାଡିବାନି ।
ପରର ଦ୍ରବ୍ୟକୁ ଲୋଭ କରି ମନେ
ହାତେ କେବେ ଧରିବାନି
ଚୋରି ଦାରୀ ନାରୀ କରିବାନି କେବେ
ସେ କଳଙ୍କ ଛାଡିବନି ।
ମିଛ ଅହଂକାର ଆତ୍ମ ବଡିମାରେ
କେବେ ଗତି କରିବାନି
ସ୍ବାଭିମାନ ଆମ ଅକ୍ଷୁର୍ଣ୍ଣ ରଖିବା
ମଥା କେବେ ନଇଁବାନି ।
ସତ୍ୟ ସଚ୍ଚୋଟରେ ରହିଥିବା ଆମେ
ଅସତ୍ୟ ତ କରିବାନି
ବିଶ୍ବାସ ଘାତକ କରିବାନି କେବେ
ଶାନ୍ତି ଆମେ ପାଇବାନି ।
ମିଛ ଖଛ କହି କାହାର ସଂସାରେ
ନିଆଁ ଜଳାଇ ଦେବାନି
ହସିଲା ସଂସାର ସୁଖର ଜୀବନେ
କଳହ ବୁଣି ଦେବାନି ।
ବିଶ୍ବାସରେ ସଦା ରହି ଥିବା କାହା
ଘର ଉଜାଡି ଦେବାନି
ଅନ୍ୟ ଘର ଯିଏ ଭାଙ୍ଗି ଦେଇଥାଏ
ତା ଘର ତିଷ୍ଠି ପାରେନି ।
ଗୁରୁଜନ ପ୍ରତି ରଖିବା ସମ୍ମାନ
ଏ କଥା ଭୁଲି ଯିବାନି
ପ୍ରଭୁଙ୍କ ପାଖରେ ବିଶ୍ବାସ ରଖିଭା
ପଥଭ୍ରଷ୍ଟ ତ ହେବାନି ।
ନମ୍ର ବ୍ୟବହାର ଭଲ ଶିଷ୍ଟାଚାର
ସଂସ୍କାର ଭୁଲି ଯିବାନି
ଆମ ପରମ୍ପରା ଆମର ଐତିହ୍ୟ
କେବେ ତାକୁ ଭୁଲିବାନି ।
ଗର୍ବ ଅହଂକାର ରଖିବାନି ମନେ
କୁପଥେ କେବେ ଯିବାନି
ପରୋପକାର କରି ଯିବା ଅମେ
ସ୍ବାର୍ଥ ଆଶା ରଖିବାନି ।
ଅନ୍ୟାୟ ଅଧର୍ମ ଅସତ୍ୟ ନିକଟେ
ଆମେ ତ ହାରି ଯିବାନି
କରିବା ସଂଘର୍ଷ ଦେଶ ପାଇଁ ଆମେ
ଏକଥା ଭୁଲି ଯିବାନି ।
