ଚେୟାର
ଚେୟାର
ବର୍ଷେ ହେବ
ଚେୟାରଟି ଏବେ ଖାଲି।
ଚେୟାର
ଗୋଟେ ସାଧାରଣ ଚିଜ
କିନ୍ତୁ ଅସାଧରଣ
ଅବିସ୍ମରଣୀୟ ସ୍ମୃତିକୁ ଜାବୋଡି ଧରି।
ଘର ଆଗ ପୋର୍ଟିକୋ ପାଖ
ବାଁ କଡେ ପଡୁଥିଲା ଚେୟାରଟି
ଦୈନନ୍ଦିନ ଚର୍ଯ୍ୟା ଛାଡି
ଅନ୍ୟ ସମସ୍ତ ସମୟରେ
ବାପା ପ୍ରାୟ ସେଥିରେ ବସୁଥିଲେ।
ବର୍ଷେ ହେଲା
ବାପା ବାଡ଼ି ଦକ୍ଷିଣ ପଟ ଶେଷ ଆଡକୁ
ଆତାପି, ଆମ୍ବ ଓ ବରକୋଳି ଗଛ ପାଖେ
ସମାଧି ଭିତରେ ଜାକି ଜୁକି ବସିଛନ୍ତି
କି ଖରା କି ଶୀତ
ଚେୟାରଟିକୁ ଛାଡି।
ଚେୟାରଟିକୁ ଛୁଇଁ ଦେଲେ
ସେ ବାପା ହୋଇଯାଏ
ଲାଗେ ସତେ କି
ଚେୟାର ଟିରେ ବାପା ବସି ପେପର୍ ପଢୁଛନ୍ତି।
