STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଚେୟାର

ଚେୟାର

1 min
362


ବର୍ଷେ ହେବ

ଚେୟାରଟି ଏବେ ଖାଲି।


ଚେୟାର 

ଗୋଟେ ସାଧାରଣ ଚିଜ

କିନ୍ତୁ ଅସାଧରଣ 

ଅବିସ୍ମରଣୀୟ ସ୍ମୃତିକୁ ଜାବୋଡି ଧରି। 


ଘର ଆଗ ପୋର୍ଟିକୋ ପାଖ 

ବାଁ କଡେ ପଡୁଥିଲା ଚେୟାରଟି

ଦୈନନ୍ଦିନ ଚର୍ଯ୍ୟା ଛାଡି 

ଅନ୍ୟ ସମସ୍ତ ସମୟରେ 

ବାପା ପ୍ରାୟ ସେଥିରେ ବସୁଥିଲେ। 


ବର୍ଷେ ହେଲା 

ବାପା ବାଡ଼ି ଦକ୍ଷିଣ ପଟ ଶେଷ ଆଡକୁ 

ଆତାପି, ଆମ୍ବ ଓ ବରକୋଳି ଗଛ ପାଖେ

 ସମାଧି ଭିତରେ ଜାକି ଜୁକି ବସିଛନ୍ତି 

 କି ଖରା କି ଶୀତ 

 ଚେୟାରଟିକୁ ଛାଡି।


ଚେୟାରଟିକୁ ଛୁଇଁ ଦେଲେ

ସେ ବାପା ହୋଇଯାଏ

ଲାଗେ ସତେ କି 

ଚେୟାର ଟିରେ ବାପା ବସି ପେପର୍ ପଢୁଛନ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy