ଚେତାବନୀ
ଚେତାବନୀ
ବଡ଼ ଭାଗ୍ୟବାନ କନ୍ୟା ମାତାପିତା
ଘେନ ସତ୍ୟ ଉପଦେଶ
ଦିଅ ଶିକ୍ଷାଦୀକ୍ଷା ଉତ୍ତମ ସ°ସ୍କାର
ରଖୁ କନ୍ୟା କୁଳ ଯଶ ।
ସ୍ନେହ ପ୍ରୀତି ପ୍ରେମ ମମତା ମଧୁର
ହୃଦୟରେ ଗୁନ୍ଥି ହାର
ଆତ୍ମିୟ ସ୍ୱଜନେ କରୁ ସମାଦର
ଆପଣାର ମଣୁ ପର ।
ନକରୁ କେବେ ସେ ଛଳ ପ୍ରବଞ୍ଚନା
ପିତୃକୁଳ ହତାଦର
ଢାଳୁ ମନ ପ୍ରାଣ ଗଢୁ ସୁସମ୍ପର୍କ
ଶିଖୁ ଝିଅ କରି ଘର ।
ଆହ୍ଲାଦିନୀ ଝିଅ ସୁଖର ଆଧାର
କନ୍ୟା ଦାନ ମହାପୂଣ୍ୟ
ଆନନ୍ଦ ପ୍ରଦାନେ ହୁଏ ଦ୍ୱିଗୁଣିତ
ପ୍ରାପତ ପରମାନନ୍ଦ ।
କନ୍ୟା ଶାଶୁଘରେ କର ନାହିଁ ଜମା
ଅକାରଣ ହସ୍ତକ୍ଷେପ
ଅନୁମତି ବିନା କନ୍ୟା ଘର ଯିବା
ଅଟଇ ଅନାବଶ୍ୟକ ।
କରାୟତ୍ତ କରି ଧନ ଦଉଲତ
ଚତୁରୀ ଆଜିକା କନ୍ୟା
ବଶୀଭୂତ କରି ପତିଙ୍କୁ କେବଳ
ଲଙ୍ଘୁଛନ୍ତି କୁଳ ସୀମା ।
ନିଜକୁ ଭାବନ୍ତି ସର୍ବମୟ କର୍ତ୍ତ୍ରୀ
ବଢିଯାଏ ଅହଙ୍କାର
ରହିବାକୁ ଏକା କରନ୍ତି ପସନ୍ଦ
ଛୋଟ ରଖି ପରିବାର ।
ଶାଶୁ ଶଶୁରଙ୍କୁ ମଣି ସାତପର
ଚାକରଙ୍କ ଠାରୁ ହୀନ
ତଢି ଦେଇଥାନ୍ତି କଳ କଉଶଳେ
ବୃଦ୍ଧାଶ୍ରମ ଦୂରସ୍ଥାନ ।
ଯେଉଁ ମାତାପିତା ପାଳିପୋଷି ଯତ୍ନେ
ଦିଅନ୍ତି ଜୀବନ ଦାନ
ବଧୁ ରୂପେ କନ୍ୟା ହୋଇ ସହଭାଗୀ
ଉଚିତ ଧର୍ମ ପାଳନ ।
ପରମ ଦୁର୍ଭାଗ୍ୟ କିଛି ମାତାପିତା
ସବୁକଥା ଜାଣିଶୁଣି
ବୃଦ୍ଧି କରୁଥାନ୍ତି କନ୍ୟା ଦୁଃସାହସ
ଘରକୁ ଦିଅନ୍ତି ଭାଙ୍ଗି ।
ବୁଝି ପାରନ୍ତିନି ନିର୍ବୋଧ ଅସଭ୍ୟ
ଦୁଶ୍ଚରିତ୍ର ମାତାପିତା
ଭାବନ୍ତି ଅଧିକ ଚାଲାକ ଚତୁର
ଦୁନିଆଁଟା ସାରା ବୋକା ।
ଦେଖାଇ ହୁଅନ୍ତି ଅଲଣା ବଡିମା
ଜାମାତା କନ୍ୟାଙ୍କୁ ଲୁଟି
କରନ୍ତି ବିଳାସ ଆମୋଦ ପ୍ରମୋଦ
ପର ରକତକୁ ଶୋଷି ।
ପ୍ରତ୍ୟେକ କ୍ରିୟାର ଥାଏ ପ୍ରତିକ୍ରିୟା
ମିଳଇ କରମ ଫଳ
ଅରଜିଲେ ପୁଣ୍ୟ ପ୍ରାପ୍ତି ଶୁଭ ଫଳ
କାନ୍ଦି ମରେ ଦୁଷ୍ଟ ନର ।
ହିତ ଉପଦେଶ ଅବା ଚେତାବନୀ
ସତ୍ୟ ମଧ୍ୟ ମଣିପାର
ସୁସମ୍ମାନ ସୀମା ବନ୍ଧୁତା ମର୍ଯ୍ୟାଦା
ଜଗତ ପାଇଁ ମଙ୍ଗଳ ।
------
