ଚାଷୀଘର ବୋହୂ ଆଜିର ଚାଷ
ଚାଷୀଘର ବୋହୂ ଆଜିର ଚାଷ


ଚାଷ ଆଗ କାଳ ଆଜିବି ବିରଳ
ଚିତ୍ରରେ ଦେଖୁଛୁ କୃତି
ଧନ୍ୟ ଯାଦୁଗର ଧନ୍ୟ ଚିତ୍ରକର
ବିଚିତ୍ର ତୁମର ସ୍ମୃତି l
ଘରଣୀ ସୁନ୍ଦର ସ୍ଵାମୀତା ନିଜର
ସବୁ କର୍ମେ ତାର ହାତ
ସାରି ଘର କାମ ହୋଇ ତର ତର
ଯାଇଥାଏ ଵୁଲି କ୍ଷେତ l
ଖାଦ୍ୟ ମୁଣ୍ଡେ ନେଇ ପାଣି ହାତେ ଧରି
ପୋଖରୀ ହୁଡାରେ ଥୁଏ
ବୃକ୍ଷର ଛାଇରେ କଦଳୀ ପତ୍ରରେ
ଖାଇବା ପରଶି ଦିଏ l
ଶସ୍ୟ ଦେଖି ବିଲେ ଖୁସି ହେଉଥିଲେ
ଲଷ୍ମୀ ଦେବୀ ବିରାଜିତ
କୃଷିରେ ଆଦର କର୍ମ କୃଷକର
ପତ୍ନୀ କରେ ଉତ୍ସାହିତ l
ଏବେ ପତ୍ନୀମାନେ ଚାଷ ନୁନ୍ୟ ମଣେ
ମୋବାଇଲ ଟିଭି ପ୍ରେମେ
ଜମି ଦେଖି ନାହିଁ ଚାଷ ଦେଖେ ନାହିଁ
ଇଛା ନାହିଁ ଗୃହକର୍ମେ l
p>ଖାଲି ପାଦେ ଚାଲି ଗଲାଣିତ ଭୁଲି
କାଦୁଅ ପଙ୍କରେ ମିଛ
ଚାଷବାସ ପ୍ରତି ମନେ ନାହିଁ ପ୍ରୀତି
ମୁହଁ ମୋଡେ କରି ପଛ l
ଚାଷୀ ହେଲେ ବର ଦୁର୍ଭାଗ୍ୟ ତାହାର
ମିଳେ ନାହିଁ କନ୍ୟାପାତ୍ର
କୃଷକର ମାନ ନାହିଁ ସନମାନ
ନାହିଁ କେହି ପ୍ରିୟପାତ୍ର l
ଶୁଣିଥିଲି କର୍ଣ୍ଣେ ଚାଷ ବାସ ଯାର
କି ଆନନ୍ଦ ଅଟେ ତାର
ଏବେ ଚାଷୀକୁଳ ଅବସ୍ଥା ଦୁର୍ବଳ
ଦୁଃଖ କଷ୍ଟ ସହଚର l
ମୁଲିଆ ମଜୁରୀ ଦେଇକି ନ ପାରି
ଚାଷୀ ପଡେ ସମସ୍ୟାରେ
ଉତ୍ପାଦ ବଜାରେ ଅଳପ ମୂଲ୍ୟରେ
ବିକ୍ରି କରି କାନ୍ଦି ମରେ l
ଚାଷୀ ଆମ ସାଥି ଦେଶର ପ୍ରଗତି
ଖାଦ୍ୟ ଦେଇ ରଖେ ପ୍ରାଣ
ଚାଷର ଉନ୍ନତି ଚାଷୀର ପ୍ରଗତି
ନ ହେଉ ସେ ହୀନିମାନ l