STORYMIRROR

Sumitra Nayak

Abstract Classics Fantasy

3  

Sumitra Nayak

Abstract Classics Fantasy

ଚାରୁ ଚିତ୍ରପଟ୍ଟ କାନ୍ତ

ଚାରୁ ଚିତ୍ରପଟ୍ଟ କାନ୍ତ

1 min
140


ଯେବେ ଶ୍ଵେତ କାଗଜରେ ଲେଖି ମୁଁ ବସିଲି

 ତୁମକୁ ଭାଳି କାଳିରେ ବର୍ଣ୍ଣି ମୁଁ ଦେଖିଲି

             ନୟନ କଜ୍ଜଳ ଧାରେ

ପଲକ ଖୋଲିଲେ ବନଜିନୀ ଫୁଟି ଝରେ।

 ନୟନର ସେହି ଦୁଷ୍ଟ ଆବେଗର ଭାବ

 ସୁଧା ତୁଲ ପାନ କରେ ସନ୍ତୁଷ୍ଟିର ଭାବ

           ମଧୁର ମୂର୍ଚ୍ଛନା ହାସ୍ୟ

କାହୁଁ ମୁଁ ବର୍ଣ୍ଣିବି ମନେ ସୁକ୍ଷ୍ମ ଦ୍ଵନ୍ଦ ଭାସ୍ୟ ।

ଅଧରେ ତୁମର ମୁକ୍ତା ଝରା ଭବ୍ୟ ହାସ୍ୟ

ଦେଖି ମନ ଆଚମ୍ବିତ ହୃଦ ଅନୁ କ୍ରୋଶ

           ମଧୁଝରା ବାର୍ତ୍ତାଳାପ

ପ୍ରେମର ଆବେଗ ମନେ ଶିହରଣ ସ୍ତୁପ ।

 ପ୍ରେମର କାଳି କଲମେ ହୃଦୟ ଗାରେଇ

ଗୋଲାପ କଳୀଟେ ଦେଲ ହସ୍ତେ ମୋ ବଢେଇ

           ତୁମ ସୌନ୍ଦର୍ଯ୍ୟ ପରଖି

ଚନ୍ଦ୍ରମା ଜଳିବ ଇର୍ଷେ ଛବି ତୁମ ଦେଖି।

 ଆଗୋ ପ୍ରିୟତମା କନ୍ଦର୍ପ ସୁର ସୁନ୍ଦରୀ

ମନେ ଅନୁକମ୍ପା ପ୍ରେମ ଆବେଗ ଯେ ଭରି

            ଚାରୁ ଚିତ୍ରପଟ କାନ୍ତ

ଲୋଭନୀୟ ମଞ୍ଜୁଳ ପ୍ରେମ ବିଗ୍ରହ ବନ୍ତ ।

ମାନସ ଆଳାୟେ ଚିର ଦିନ ପାଇଁ ବସ

ଏ ମୋର କାମନା ଅନାବିଳ ଅଭିଳାଷ

         ତୁମକୁ ଅପେକ୍ଷା ରତେ

ରହିବି ପ୍ରତିକ୍ଷେ ତୁମ ଆସିବାର ପଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract