STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଚାରିଯୁଗେ ମହେଶ୍ୱର 🙏

ଚାରିଯୁଗେ ମହେଶ୍ୱର 🙏

1 min
6


ହଳାହଳ ବିଷ ପାନ କଲ ଈଶ

ଆହେ ପ୍ରଭୁ ଆଶୁତୋଷ

ଆଶୀଷ ବରଷି ଦିଅ ହେ ମହେଶ

ତ୍ରିନାଥ ହେ ଜଗଦୀଶ।


ଶ୍ରୀ ମସ୍ତକେ ଶୋଭା ଅର୍ଦ୍ଧ ଚନ୍ଦ୍ର ଆଭା

କଣ୍ଠେ ବିଦ୍ୟ ନାଗରାଜ

ଡମ୍ବରୁ ନିନାଦ ପିନାକ ଶୋଭିତ

ପାଶ ରେ ନନ୍ଦୀ ବିରାଜ ।


ବୃଷଭ ବାହନେ କୈଳାଶ ପର୍ବତେ

ବିଚରଣ ହେ ଶଙ୍କର

ଭୋଳା ଶଙ୍କର ହେ ତ୍ରିଭୁବନ ନାଥ

ସୃଷ୍ଟି ସର୍ଜନା ତୁମର।


ଦକ୍ଷ ପ୍ରଜାପତି ଜାମାତା ହେ ପ୍ରଭୁ

ନିଷ୍କାମ ଭକ୍ତି ପ୍ରଣୀତ

ହିମାଳୟ ସୂତା ପାର୍ବତୀ ପ୍ରିୟ ହେ

ତ୍ରିକାଳ ଦର୍ଶୀ ପ୍ରଣତ।


ତପ ବଳେ ଅବା ଜପ ବଳେ ଦେବ

ଭୋଳା ଭାବ ହୃଦେ ବହି

ନର ବା କିନ୍ନର ପରାକ୍ରମୀ ବୀର

ସାଧନା ବଳେ ଲଭଇ ।


କ୍ଷଣ କୋପ ବଳେ ଅନଳର ବଳେ

ଭସ୍ମ କରିଛ କୋପରେ

କୋପ ଥମିଗଲେ ମୃତ୍ୟୁଞ୍ଜୟ ନାମ

ରଖିଛ ଭାବ ଶ୍ରଦ୍ଧାରେ ।


ଆହେ ନୀଳକଣ୍ଠ ଦେଖାଅ ସୁପଥ

ବିଷ ହରିଦିଅ ମନୁ

ଭାଲପଟେ ଲେଖିଦିଅ ମହେଶ୍ୱର

ପବିତ୍ର ହେଉ ଏ ତନୁ ।


ଯାଗରେ ଆହୁତି ହେଉ ମୋହ ମାୟା

ଛନ୍ଦ କପଟ ନରହୁ

ଓଁ କାର ଧ୍ଵନି ରେ ହେ ଓଁକାରେଶ୍ୱର

ଅନ୍ତର ନିର୍ମଳ ହେଉ ।


ସଂସାର ର ବିଷ ବଳୟ ହଟିବ

ଏତିକି ମାଗୁଣି ପାଦେ

ଆସ ଆସ ପ୍ରଭୁ ହେ ଶଙ୍କରରେଶ୍ୱର

ଜାଗର ଜାଳୁଛି ଖେଦେ ।


ଫେଡ଼ିଦିଅ ଖେଦ ଯାଉ ଅବସାଦ

ଜାଗର ପୁଣ୍ୟ ତିଥିରେ

ରହି ଉଜାଗର ଜାଳିବି ଜାଗର

ତୁମରି ପୁଣ୍ୟ ଭୂମିରେ ।


ସତ୍ୟ ତ୍ରେତୟା ରେ ଦ୍ୱାପର କଳିରେ

ରହିଅଛ ନିରନ୍ତର

ସତ୍ୟ ଶିବ ସୁନ୍ଦର ସୃଷ୍ଟି ସ୍ଥିତି

ଚାରିଯୁଗେ ମହେଶ୍ୱର ।



Rate this content
Log in

Similar oriya poem from Abstract