STORYMIRROR

Prabhanjana Tripathy

Tragedy

3  

Prabhanjana Tripathy

Tragedy

ଚାରି ହାତ ମାଟି

ଚାରି ହାତ ମାଟି

1 min
279

ମୁକ୍ତ କର ମତେ,ମୁଁ ଉଡିବାକୁ ଚାହେଁ,

ବହୁତ ଉପରକୁ,ଯେଉଁଠି କେବଳ, 

ମୁଁ ଓ ମୋର ସ୍ଵପ୍ନ ll


ନିଃଶବ୍ଦ ,ଋଦ୍ଧି ,ଚୁଣ୍ଟି ଲାଗଇ ଜୀବନ,

ଏକାକାର ହେବାକୁ "ମୋ" ଅନନ୍ତ ଶୟନ,

ମିଶିବାକୁ ଆକାଶର ବାଦଲ ବାଷ୍ପରେ,

ଯେଉଁଠି କି କେବଳ ମୁଁ ବାୟୁର ବଳରେ ll


ମୋ ଆଖିରେ ବିଶାଳ ସାଗର,

ମୋ ହୃଦୟେ ସାଗର ଲହରୀ,

ମୋ ପ୍ରାଣରେ ଶାମୁକାର ସ୍ବପ୍ନ,

ମୋ ଅନ୍ତର ହେଉଛି ବିଦାରି ll


ମିଥ୍ୟାର ଏ ସହରକୁ କେତେ ବା ବୁଝିବି,

ସମ୍ପର୍କର ଋଣ ଭାର ଆଉକି ସୁଝିବି,

ବୈରଷ ଓ ଅଭିମାନ ଠାରୁ,

ଯେତେ ଅବାନ୍ତର ପୃଷ୍ଠା,ଏକଲା ଯୁଝିବି ?


ନିଉନ ମୋ ଭାବନାର ଶବ୍ଦ,

ଜୀବନ୍ୟାଶ ପାଏ କାହିଁ ?

ଭାବନାର ଲୁବ୍ଧ ll


ପାଣି ଖାଇ ଆଷାଢ଼ର "କୁଇଁଲାଣି" ଡୋର,

ବ୍ୟର୍ଥ ବ୍ୟର୍ଥ ହେଲାଣି ସଂସାର ll


ନା,ଉଡି ଉଡି ଯିବି କେଉଁ ଅଜଣା ସହରେ,

ପୁଣି କିଏ ଡେଣା ଦେବ କାଟି

ମୁକ୍ତ ହୋଇ ମାୟା ବନ୍ଧନରୁ,

ଆତ୍ମା ଓ ଶରୀର, ଶେଷେ ମାଗୁଅଛି ଭିକ୍ଷା,

ଦିଅମତେ ଚାରିହାତ ମାଟି

ଦିଅ ମତେ ଚାରିହାତ ମାଟି ll


Rate this content
Log in

Similar oriya poem from Tragedy