ଚାନ୍ଦମୁହିଁ ଲୋ କରିଦେ ପର
ଚାନ୍ଦମୁହିଁ ଲୋ କରିଦେ ପର
ଷାଠିଏ ଟପିଲା ବଳ ତ କମିଲା
ଅବଶ ହେଲାଣି ଶରୀର
ରୋଗ ମାନେ ସବୁ ହାତ ଠାରିଲେଣି
ପଶିଵେ ଶରୀର ମଧ୍ୟର
ଚାନ୍ଦ ମୁହିଁ ଲୋ,ସମୟ ଆସିଲା ମୋହର ।
କାର୍ଯ୍ୟ କରିବାକୁ ମନ ବଳୁ ନାହିଁ
ଦେହ ଘୋଳା ବିନ୍ଧା କଲାଣି
ସଂସାର ଚାଳିବି ସ୍ଵପ୍ନ ପରି ଲାଗେ
ସେ ଦିଗେ ମୋ ମନ ବଳୁନି
ଚାନ୍ଦ ମୁହିଁ ଲୋ,ମୋତେ ଖରାପ ବୁଝିଵୁନି ।
ଛାଡୁଛି ଏଥର ଏ ମାୟା ସଂସାର
ପ୍ରଭୁ ପାଦେ ନେବି ଶରଣ
ନିଃଶ୍ବାସକୁ ଆଉ ନାହିଁ ଲୋ ବିଶ୍ବାସ
କେତେବେଳେ ଯିବ ଏ ପ୍ରାଣ
ଚାନ୍ଦ ମୁହିଁ ଲୋ,ଅଧର୍ଯ୍ୟର ନାହିଁ କାରଣ ।
ମଣିଷ ଜନମ ଏହି ପରିକା ଲୋ
ଆଜି ଅଛେ କାଲି ନାହେଁ
ଯାହାର ସରିବ ଅଭିନୟ ଆଗେ
ବାହୁଡିବ ଛାଏଁ ଛାଏଁ
ଚାନ୍ଦ ମୁହିଁ ଲୋ,ଈଶ୍ବର ସର୍ଜନା ଇଏ ।
ଭଲ କାମ କଲେ ଭଲ ଜନ୍ମ ନେବ
ପାପ କଲେ ତ ନରକ
ପାପ ପଙ୍କେ ପଡ଼ି ଘାଣ୍ଟି ହୋଉଥିବା
ହେବା ପୋକ ଅବା ଜୋକ
ଚାନ୍ଦ ମୁହିଁ ଲୋ,ମନ ନ କର ଵିରସ।
ଯେତେଦିନ ତୁମ ସାଂଗରେ ଚଳିଲି
ସେତିକି ଥିଲା ପ୍ରାରବ୍ଧ
ତୁମ କପାଳରେ ଯାହା ଲେଖାଥିବ
ଭୋଗିବ ତୁମେ ଅବଶ୍ୟ
ଚାନ୍ଦ ମୁହିଁ ଲୋ,ଏହି ତ ସଂସାର ରସ ।
ସଂସାର କରିଲି ପୁଅ ଝିଅ ହେଲେ
ତାଙ୍କୁ ଧରି ତୁମେ ଚଳ
ମୋ କଥା ମନରୁ ପାଶୋରି ଦବୁ ଲୋ
ଆସିଲା ମୋ ଶେଷ ବେଳ
ଚାନ୍ଦ ମୁହିଁ ଲୋ,ଇଏ ସମୟର ଖେଳ ।
ଆସିଅଛି ଏକା ଯିବି ପରା ଏକା
କିଏ ସ୍ତ୍ରୀ କିଏ ପିଲା
ମଲା ବେଳେ ଏକା ଏକା ହୋଇଯିବି
କେହିଟି ଯିବେନି ଭଲା
ଚାନ୍ଦ ମୁହିଁ ଲୋ, କାହିଁ କରିବି ଝାମେଲା ।
ଯାଉଛି ଲୋ ଚାନ୍ଦ ମୋ ବାଟରେ ମୁହିଁ
ଯିବି ପ୍ରଭୁଙ୍କର ପାଶ
ଜୀବନରେ ଆଉ କ'ଣ ଅଛି ମୋର
ସେଇ ଏକା ମୋ ସାହସ
ଚାନ୍ଦ ମୁହିଁ ଲୋ,ଇଏ ମୋ ଶେଷ ସାକ୍ଷାତ ।
