Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Abstract

4  

Sagarika Dash

Abstract

ଚାଳ ଘର

ଚାଳ ଘର

1 min
4



ଚାଳଘର ଛଣ ଛପର 

ଦେଖୁଣୁ ଉଭିଲା ନଡ଼ିଆ କତା 

  ବେଣୀ ଯୋଡ଼ା ଖଲି ଖପର 

ବାଉଁଶ ବଣର ବତା

ଲୋଡ଼ା ନାହିଁ ଆଉ ଗାଁ ଗଣ୍ଡାରେ

  ରଶି ହାତ ଯୋଡ଼ା ବନ୍ଧା .......୧

     

     ଏ ତ କଳି କାଳ ରୀତି

ଆମିଷ ମିଶାଇ ଲାଉ ସଙ୍ଗେ ଦହି

    ନ ମିଳିଲେ କିଛି,ଖାଇ ଯାଉଛନ୍ତି କାତି ।......୨


    ହାଲୁକା ଥଣ୍ଡା,ହାଲୁକା ଗରମ 

ଚାଳ ଘରେ କେତେ ସପନ 

    ଘରଛାଣି କଥା ଭୁଲିଗଲେ ଜନ 

ଥଣ୍ଡା ମେସିନ୍ ବହନ ।.......….୩ 


   ଫଗୁଣ ମାସରେ ଫଗୁ ଦଶମୀ ଗୋପେ ରାଧାକୃଷ୍ଣ

ରାହାସ ଖେଳ ,ଝୁଲଣ ବେଦୀରେ ଝୁଲୁଥାନ୍ତି ପୁଣି

    କେତେ ସାଙ୍ଗସାଥୀ କେତେ ଯେ ମେଳ ।...........୪


ରଙ୍ଗ ବେରଙ୍ଗ ହୋଲି ପସରା

    ମଦ ମାଂସେ ଯୁବେ ବୁଡିଲେ ପରା

ନାହିଁ ଆଉ ସେହି ରଙ୍ଗର ଚମକ ,

   ଫିକା ଫିକା ଲାଗେ ଆଜିର ଦିନାଙ୍କ।..........୫


    ଅଗିଜଳା ଅଗି ପୂର୍ଣ୍ଣମୀ,ଆଳୁ ବାଇଗଣ ପୋଡ଼ା ସାଙ୍ଗକୁ

        କୁଲା ରେ ପାଆଶ ଶୋଭା ବାଇଗଣି।

ଫଗୁଣ ମାସରେ ଘର ଛପର ,ନୂଆ ନୂଆ ଲାଗେ ଗାଁ ନଜର 

      ହଳଦି ପାଣି ଆମ୍ବ ଡାଳରେ ପ୍ରତିଷ୍ଠା ହୁଅନ୍ତି

            ଚାଳ ଘର।...........୬

ଆଧୁନିକତା ଉନ୍ନତି ନାମରେ 

     ଅଳସୁଆ ଆଜି ବାର୍ତ୍ତା ଦିଏ ।

ନାହିଁ ଶିଳବଟା, ନାହିଁ ଢ଼ିଙ୍କି ଚକି

    ସାଧବ ବୋହୂ ନଦୀ ତୁଠକୁ

ଯାଉଛ ନାହିଁ ଆଉ ଲୁଚି ଛପି।.........୭ 


     ଶୁଖୁଆ ପୋଡ଼ା କୁ ପଖାଳ ଭାତ 

ପୋଇ ରାଇତା କୁ ସଜନା ଶାଗ

    ଏଣ୍ଡୁରି ପିଠା କୁ ଖିରି

ଚାଇନି ଜାପାନୀ ଫାଷ୍ଟ ଫୁଡ୍ ଖାଇ

ଓଡ଼ିଆ ଖାଦ୍ୟକୁ ନିତି ମରୁଛି ଝୁରି ।୮


Rate this content
Log in

Similar oriya poem from Abstract