ବ୍ୟଥା
ବ୍ୟଥା
ଆତ୍ମାର ତୃପ୍ତି ପାଇଁ ଶାନ୍ତିର କାମନା ରେ
ମୁଁ ଯେବେ ଲେଖିଦିଏ ଅବସାଦରେ
ବିଷାଦ ର କଥା, ଅଜଣା ବାଟରେ ଯେବେ
ବାଟୋଇ ହୁଏ, ନିଜ ପରିଚୟ ମତେ
ଯେବେ ଅଜ୍ଞାତ ହୁଏ, ଆତ୍ମୀୟ ଲୋକଟା
ସାତପର ଲାଗେ, ଚିହ୍ନା ସହର ଟା ଅଜଣା
ଲାଗେ, ରାସ୍ତା ମୁଁ ଭଟକେନା, ହେଲେ ବି
ତ ପାଏନା ନିଜସ୍ୱ ପତା କି ସତ୍ତା
ଜୀଵନ ମୋର ମରୁ ଉଦ୍ୟାନ
ପାଲଟିଯାଏ, ମୁଁ ପଥିକଟିଏ ହୁଏ
ତୃଷ୍ଣା ର କାମନା ରେ ତଡପୁ ଥାଏ
ଜୀଵନ ଜଂଜାଳ ବ୍ୟସ୍ତ ବିବ୍ରତ
ମଣିଷ ଟା ସବୁ ଏକାକାର ଲାଗେ
ଅଜଣା ସହର ରେ ଅଜଣା ରାସ୍ତାରେ
ଭଟକେ, ଯେବେ ଧୂଧୂ ମରୁପ୍ରାନ୍ତ ଜୀଵନ
ଟା, ତୃଷ୍ଣା ମେଣ୍ଟିବାର କାମନା ରେ ଯେବେ
ତଡପେ, ନୈରାଶ୍ୟର ବେଳା ଯେବେ
ପାଲଟିଯାଏ ଜୀଵନ ଟା, ସେତିକିବେଳେ
ତମେହିଁ ସ୍ମୃତିକୁ ଆସ, ଲେଖିଦିଏ ଯେବେ
କେଇପଦ କଥା ସବୁ ଲାଗେ ବ୍ୟଥା
