ନବବର୍ଷ
ନବବର୍ଷ
ପ୍ରତିକ୍ଷୀତ ନବବର୍ଷ ତମେ ଆସ
ଆନନ୍ଦ ର ଲହରୀ ହୋଇ
ଖୁସିର ସ୍ରୋତ ହୋଇ
ଆଉ ସେହି ସ୍ରୋତରେ ମୁଁ
ସାମିଲ ହୁଏ, ତୁମେ ଶାନ୍ତିର
କପୋତ ହୁଅ, ପ୍ରଗତି ର
ଶୀର୍ଷ ସୀମା ହୋଇ
ତମେ ପ୍ରସ୍ଫୁଟିତ ହୁଅ
ସୁଗନ୍ଧ ବିତରଣ କର
ଆଉ ବାସ୍ନାରେ ମହକିବା
ପାଇଁ ଉଦ୍ଭାସିତ ହେଉ
ନବବର୍ଷ, ନବୀନ ଆଲୋକରେ
ଆଉ ସେହି ଆଲୁଅ ରେ ଜୀଵନ
ଯାଜଲ୍ୟମାନ ହେଉ
