ବୟସର ସମୟ
ବୟସର ସମୟ
ବୟସର ସମୟ ନଥାଏ କହେ ଯିଏ
ଯୁବକ ପୋଷକତତ୍ୱ ତାର ଥାଏ
ବୟସ ହେଲାଣି କହି କିଏ କିଏ
ଅନ୍ୟକୁ ବୟସ୍କ କହିବା ବଦଳେ
ଅପାରଗତା ହିଁ ଦେଖାଇଥାଏ
ବୟସର ସମୟ ଥାଏ କି ନଥାଏ
ମଣିଷ ଆଙ୍ଗୁଠି ଦେଖାଇ କାହିଁ ରୋକୁଥାଏ
ବୋଧହୁଏ ବାର୍ଦ୍ଧକ୍ୟ ଏକ ପ୍ରଶ୍ନବାଚି ହୁଏ
ସମୟ ସହିତ ବୟସର ତାଳ ମେଳ
ଯୋଗ ଓ ଯୁଗ୍ମ ମନୋବଳ ବଢ଼ାଏ
ଥୋକାଏ ଗୋଡ଼ ଟାଣୁଥାଆନ୍ତି ପଛରୁ
ଥୋକାଏ ସଉଦା କରନ୍ତି ବ୍ୟକ୍ତିତ୍ବରୁ
ଯିଏ ଯାହା କହୁ ବୟସ ଓ ସମୟ ଏକା ନୁହେଁ
ଯେ ଏକା କହେ ସେ କାପୁରୁଷ ପଳାତକଟିଏ
ନିଜେ ବୁଡ଼ିଯାଏ ରସାତଳକୁ ବୋଲି
ଅନ୍ୟର ବୟସ କୁହେ
ସମୟ ଓ ବୟସ ଏକାକଥା ସେତେବେଳେ
ମୃତ୍ୟୁକୁ ଜୟ କରି ଅମର ଯେ ହୁଏ
କେଜାଣି କେବେ କେବେ ଗୋଳମାଳ କାଇଁ ହୁଏ
ବୟସର ଦୋଷ ନା ସମୟର ଦୋଷ
ସମୟ ଓ ବୟସ ଠିକ ଠିକ କହିଥାଏ ।
