STORYMIRROR

Minakshi Samal

Fantasy Others

3  

Minakshi Samal

Fantasy Others

ବୟସର ପାହାଚ

ବୟସର ପାହାଚ

1 min
274

ବୟସ ଅଟଇ ପାହାଚର ସମ

ଚଢିବାକୁ ହେବ ସେ ରାସ୍ତା ଅସୀମ

ବାଳୁତ,କିଶୋର,ଯୌବନ,ବାର୍ଦ୍ଧକ୍ୟ

ଏକ ସୂତ୍ରେ ବନ୍ଧା ଏ ଚାରିଙ୍କ ଐକ୍ୟ।

ବାଳୁତ ବୟସ ନୀରିହ ସରଳ 

ନିଷ୍ପାପ କଳିକା ପରାୟେ ବିରଳ

ପିତାମାତାଙ୍କର ସ୍ନେହ ଓ ଆଦର

ଲାଭକରି ବାଳ ହୁଏ ଅଗ୍ରସର।

କିଶୋର ବୟସ ଚପଳତା ଭରା

ପ୍ରେମର ପ୍ରଥମ ଛୁଆଁ ଯେ ନିଆରା

ଯଉବନେ ପାଦ ଦେଲାକ୍ଷଣି ନର

ଗଢିବାକୁ ଯାଏ ନିଜ ପରିବାର।

ଧୀରେ ଧୀରେ ଜରାଜୀର୍ଣ୍ଣ ହୁଏ ତନୁ

ସଂସାର ମୋହଯେ ଦୂର ହୁଏ ମନୁ

ନିର୍ଭରଶୀଳ ସେ ହୁଏ ଅନ୍ୟ ପରେ

ନଶ୍ବର ଜୀବନ ମିଶଇ ମାଟିରେ।


Rate this content
Log in

Similar oriya poem from Fantasy