ବୟସ
ବୟସ
ଶୈଶବରୁ ବାର୍ଦ୍ଧକ୍ୟର ଲମ୍ବା ଇତିହାସ ।
ଅଭିଜ୍ଞତା ଅନୁଭୂତି ଏହାହିଁ ବୟସ ।।
ବୟସ ଟା ଗଡ଼ିଥାଏ ସମୟ ତାଳରେ ।
ଜୀବନକୁ ଭୋଗିଚାଲ ପ୍ରତି ମୁହୂର୍ତ୍ତରେ ।।
ବୟସ କି ବାଧା ଦେବ କର୍ମ କରିବାକୁ ।
ଦୃଢ଼ ମନ ଟାଳିପାରେ ସବୁ ବିପଦକୁ ।।
ବୟସ ଟା ଏକମାତ୍ର ସଂଖ୍ୟାର ଗଣନା ।
କର୍ମ କରିଚାଲ ସର୍ବେ ନୋହି ଆନମନା ।।