ବ୍ୟବସ୍ଥାନୀତି, ଅନୀତି ଓ ଦୁର୍ନୀତ
ବ୍ୟବସ୍ଥାନୀତି, ଅନୀତି ଓ ଦୁର୍ନୀତ
ବ୍ୟବସ୍ଥା ନୀତି, ଅନୀତି ଓ ଦୁର୍ନୀତର ମାୟାଜାଲରେ
ବ୍ୟତିବସ୍ତ, ସଂଦିହାନ ମଣିଷ
ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ
ଧୂଳିସାତ୍ ଆମ ସଂସ୍କୃତି, ନୀତିଚେତନା
ଧର୍ମାଧ, ମୌଳବାଦୀ ମଣିଷର ଆକ୍ରମଣରେ
କୁଶବିଦ୍ଧ ଯୀଶୁ, ଗୁଳିମାଡର ଶିକାର
ମହାତ୍ମା, ଇଂଦିରା ଓ ରାଜୀବ ଗାନ୍ଧୀ
ଆତଂକବାଦର କରାଳ ଛାୟାରେ
କବଳିତ ସମଗ୍ର ପୃଥ୍ବୀ
ଏକ ସଭ୍ୟ ସମାଜରେ ଆତଙ୍କବାଦ
ଅଗ୍ରହଣୀୟ; ତଥାପି ଏହା ବଢାଇଚାଲିଛି
ତା’ର ଶାଖା ପ୍ରଶାଖା
୯/୧୧, ୨୬/୧୧ ଏପରି ଅନେକ ଦୃଷ୍ଟାତ
ସୀମାନ୍ତରେ ପ୍ରବେଶ ଜନିତ ଉତ୍ତେଜନା
ବିସ୍ଫୋରକ, ଯୁଦ୍ଧ ପ୍ରାୟ ସ୍ଥିତିରେ ଭାରତ
ଦେଶର ଅଝଡତା, ଜାତୀୟ ସଂହିତ ରକ୍ଷା ପାଇଁ
ଜାଗତିଆର ସଶସ୍ତ୍ର ବାହିନୀ
ଏ ପଟେ ଲୁଟତ୍ରାଜ ଓ ଗଣଦୁଷ୍କର୍ମର
କ୍ରମବର୍ଦ୍ଧମାନ ଦୃଶ୍ୟପଟରେ
ଅସହିଷ୍ଣୁତାର ନୀଳ ଜହରରେ
ବ୍ୟତିବସ୍ତ ଆରକ୍ଷୀ ବାହିନୀ
“ନୀଳତୃଷ୍ଣା” ପାଲଟି ସାରିଛି ସମ୍ପୂର୍ଣ୍ଣ ପ୍ରାସଂଗିକ
ମାଟିର ବାସ୍ନା ପରିବର୍ତ୍ତେ
ମାଂସର ଆମନ୍ତ୍ରଣରେ ଆମୋଦିତ
ଅଭିମନ୍ୟୁ ଏବେ ଚକ୍ରବ୍ୟୁହରେ ବଂଦୀ
କିଏ ସେ ଦେବ ଏ ଯୁବସମାଜକୁ
ନୀତିକାନ୍ତି ର ମୃଦୁମଂଦ ମଳୟ
ନାରୀକୁ ଏକ ବହୁଭୋଗ୍ୟ, ପଣ୍ୟଦ୍ରବ୍ୟ ପରିବର୍ତ୍ତେ
ପୁରୁଷସମ ସମାନ ଇଜ୍ଜତ ଓ ସମ୍ମାନ ମିଳିଲେ
ଆପେ ମିଳେଇ ଯିବ ଏ ନୀଳତୃଷ୍ଣାର ଜହର
ଜନନୀ, ଭଗିନୀ, ଜାୟା ରୂପେ
ନାରୀ ଅନାବିଳ ସ୍ନେହ ଓ ପ୍ରେମର
ତିନୋଟି ପ୍ରତୀକ
ମାଁର ମମତା, ଭଗିନୀର ସ୍ନେହ ଓ
ପନ୍ଥୀର ସାହଚର୍ଯ୍ୟରେ ବିକଶିତ
ହେବ ଏକ ନୂତନ ସମାଜ
ଯାହାର ଦିଗ୍ରଣୀ ଝରିଆସିବ
ଏକ ଶୀତାର୍ତ କବିତାରେ ।।
