STORYMIRROR

Krushna Chandra Lenka

Tragedy Inspirational

4  

Krushna Chandra Lenka

Tragedy Inspirational

ବୁଝି ହୁଏନା ଗୋଟିଏ କଥା

ବୁଝି ହୁଏନା ଗୋଟିଏ କଥା

2 mins
419


ବୁଝି ହୁଏନା ଗୋଟିଏ କଥା ଭାଳି ବସେ ମୁଁ ଯହିଁ,

କଥା କଥାରେ ଆଜିର ମାଆ ଏମନ୍ତ ହୁଏ କାହିଁ?

ଯେ' ଥିଲା ଦିନେ ବାଳୁତ ପିଲା ଆଜି ସେ ହୁଏ ମାଆ,

ତା' ପିଲାବେଳ ଘଟଣା ଯେତେ ଯାଉଛି ଭୁଲି କିଆଁ?

କେତେ ସେ ଖେଳ ଖେଳିଛି ସିଏ ତାର ବାଲ୍ୟ ଜୀବନେ,

ଆନନ୍ଦ କେତେ ପାଇଚି ସତେ ପିଲା ଖେଳରୁ ଦିନେ।

ଆଜ କିମ୍ପାଇଁ ସନ୍ତାନକୁ ତା' ସୁଯୋଗ ଦିଏ ନାହିଁ,

କୁଟୀରେ ତାର ରଖି ସନ୍ତାନ ବାରଣ କରେ କାହିଁ?

ସନ୍ତାନ ପାଶେ ବସିବା ପାଇଁ ନଥାଏ ତାର ବେଳ,

ସେ'ପାଇଁ ଶିଶୁ ହାତେ ଧରାଏ 'ଭିଡିଓ ଗେମ' ଖେଳ।

ତୋ' ପିଲାଦିନେ ଆନନ୍ଦ ମନେ ଖେଳୁ ସଙ୍ଗାତ ମେଳେ,

ତୋ'ପିଲା ପାଇଁ ସେ ପରିବେଶ ଦେଇନୁ କିଆଁ ତିଳେ?

ପଡଇ ଯେବେ ବରଷା ଟୋପା ଖେଳୁ ତୁ ଓଦା ହୋଇ,

ଭସାଉ କେତେ କାଗଜ ଡଙ୍ଗା ବରଷା ଜଳେ ତୁହି।

ଆଜ ତୋ'ଶିଶୁ ଖେଳଇ ଯଦି ତିଳେ ସେ ଟ୍ୟାପ ଜଳେ,

କିମ୍ପାଇଁ ତାରେ ଦେଉ ତୁ ମାଡ଼ କି' ଯଶ ତତେ ମିଳେ?

ତୋ' ମାଆ ତତେ ବୁଲାଇ କେତେ ଭୁଞ୍ଜାଏ କେଡେ ସୁଖେ,

ଯେବେ ତୁ କାନ୍ଦୁ ଖାଇଲା ବେଳେ ବୁଝାଏ ତତେ ଭୋକେ।

ଆଜ ତୁ କାହିଁ ତୋ' ପିଲା ପାଇଁ ହେଉନୁ କିଆଁ ଏତେ,

ଯନ୍ତର ମାଆ ହେଲୁ କି ତୁହି 'ରୋବଟ' ସମ ସତେ!

ମା' ଆଈ ମାଆ କାହାଣୀ କେତେ ଶୁଣାଇଛନ୍ତି ତତେ,

ସରଗେ ଚାନ୍ଦ ଦେଖାଇ ତତେ ସଞ୍ଜେ ବୁଲାନ୍ତି କେତେ।

ଆଜ କିମ୍ପାଇଁ ଏମନ୍ତ ତୁହି ହେଉ ତୁ ମାଆ ହୋଇ,

ସେନେହ, ପ୍ରେମ, ମମତା ତୋର ଯାଉଛି ହଜି କାହିଁ?

ଅବୁଝା ତିଳେ ହେଲେ ସନ୍ତାନ ଦାୟିତ୍ୱ ତୋର କେତେ,

'ମୋବାଇଲ'ଟି ଧରାଇ ଦେଉ କଅଁଳ ଶିଶୁ ହାତେ।

ତାର ପ୍ରଭାବେ କିସ ଘଟଇ ଭାଳିଚୁ କି ତୁ ଦିନେ,

ଭବିଷ ବାରେ ନଚିନ୍ତି ତିଳେ ଖୁସି ହେଉଛୁ ମନେ!

ବାଳୁତ କାଳେ ଧାଇଁଛୁ କେତେ ପରଜାପତି ପଛେ,

ଖାଇଛୁ ଆମ୍ବ, ମିଠା ପିଜୁଳି କେତେ ଯେ କୋଳି ଗଛେ।

ସନ୍ତାନ ତୋର ଯାଉଛି ଯଦି ଏ'କାଳେ ବାହ୍ୟ ଥାନେ,

ବାରଣ କାହିଁ କରୁଚୁ ତାରେ ଦେଖାଇ ଭୀତି ମନେ?

ଧୋ'ରେ ବାଇଆ,ବାଇ ଚଢେଇ କେତେ ଯେ ଗୀତ ଗାଇ,

କେଡେ ଯତନେ ତୋହର ମାଆ ଦିଏ ତତେ ଶୁଆଇ।

ସେଇ ସେନେହ, ଶରଧା, ପ୍ରେମ ଶିଖିନୁ କି ତୁ ତିଳେ,

ତୁହି ବି ଦିନେ ଏଇ ଭୁବନେ ବଢିଚୁ ମାଆ କୋଳେ।

ଶାସ୍ତ୍ର ପୁରାଣେ ଯୁଗେ ଯୁଗେ ଯେ' ସରଗଠୁଁ ବଳି,

ସେଭଳି ଥାନେ ରହିଣ ଆଜି ପାରିନୁ କି ତୁ କଳି?



Rate this content
Log in

Similar oriya poem from Tragedy