ବୁଦ୍ଧ ପୂର୍ଣ୍ଣିମା
ବୁଦ୍ଧ ପୂର୍ଣ୍ଣିମା
ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘମ୍ ଶରଣଂ ଗଚ୍ଛାମି
ଏହି ମନ୍ତ୍ର ରେ କି ଯାଦୁ ଥିଲା ଏ ସାରା ସଂସାର ପାଇଁ
ଫୁଲର ସ୍ନିଗ୍ଧ ସେ ମଧୁର ସୌରଭେ
ଅଳୀ ହୁଏ ଯେହ୍ନେ ବାଇ
ତେମନ୍ତେ ଏ ସାରା ସଂସାର ସେ ମନ୍ତ୍ର୍ରେ ବଶିଭୁତ ଗଲେ ହୋଇ ।।
ହିମାଳୟ ଠାରୁ କୁମାରୀକା ଯାଏଁ
ବ୍ୟାପି ଗଲା ସେହି ମନ୍ତ୍ର
ସମୁଦ୍ର ସେପାରେ ଦେଶ ବିଦେଶରେ
ବ୍ୟାପିଲା କଲ କି ତନ୍ତ୍ର
ବିଶ୍ଵ ଆକାଶରେ ଉଦିତ ଆଦିତ୍ୟ ସର୍ବ ପାପ ଧ୍ଵଂସ ପାଇଁ ।।
ଶାକ୍ୟ ବଂଶ ଚନ୍ଦ୍ର ଗୌତମ ସିଦ୍ଧାର୍ଥ
ମାୟା ଦେବୀ ଗର୍ଭୁ ଜନ୍ମ
କପିଳବାସ୍ତୁ ର ଲୁମ୍ବିନୀ ଉଦ୍ୟାନେ
ପିତା ଯାର ଶୁଦ୍ଧୋଦନ
ବୈଶାଖ ପୂର୍ଣ୍ଣିମା ପୂଣ୍ୟ ତିଥି ୟେ ବିଧିର ବିଧାନ ଏହି ।।
ବାଳୁତ କାଳରୁ ସଂସାର ବନ୍ଧନେ
ମ଼ାୟା ଜାଲ ବିଛାଇଲା
ସ୍ତିରୀ ପୁତ୍ର ଆଉ ରାଜ ସିଂହାସନ
ଲୋଭ ତ ପ୍ରବର୍ତ୍ତାଇଲା
ପାରିଲାନି ବାନ୍ଧି ଯେତେ ପ୍ରଲୋଭନ କ୍ଷଣକେ ଗଲା ମିଳାଇ ।।
ସେ ଦିନ ସେ ରାତି ବୈଶାଖ ପୂର୍ଣ୍ଣିମା
ଯେତେ ଲୋଭ ମୋହ ମାୟା
ଗଲ ତ୍ୟାଗକରି ସିଦ୍ଧାର୍ଥ ଗୌତମ
ତେଜି ରାଜ୍ୟ, ସୁତ, ଜାୟା
ବୋଧିଦ୍ରୁମ ତଳେ ବୈଶାଖ ପୂନି ରେ ବୁଦ୍ଧତ୍ଵ ଲଭିଲ ଯାଇଁ ।।
ନିରଞ୍ଜନା ତଟେ ବୌଦ୍ଧ ପୂର୍ଣ୍ଣିମା ରେ
ମହାପ୍ରୟାଣ ତୁମର
ଜଗତ ବନ୍ଦଇ ଦଶ ଅବତାରେ
ତୁମେ ଏକ ଅବତାର
ତୁମେ ଭଗବାନ ପ୍ରଭୁ ଶାକ୍ୟସିଂହ କବି(ପଦ)ବନ୍ଦନା କରଇ ।।
