STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ବତୁରା ପ୍ରେମ

ବତୁରା ପ୍ରେମ

1 min
220

ବରଷା ବରଷି ମୂଷଳ ଧାରାରେ

ଶୁଖିଲା ଟାଣୁଆ ରୁକ୍ଷ ମାଟିକୁ 

ବତୁରାଇ କରିଦିଏ କୋମଳ ନମନୀୟ

ଫିଟିଯାଏ ବୁକୁରେ ତାର ଅମୃତ ସମ ଝର,

ସେମିତି ତୁମ ଆପଣା ଆପଣାର ଭାବ

ସ୍ନେହ ଶ୍ରଦ୍ଧା ବୋଳା ଅତୁଳନୀୟ ମଧୁ ଭାଷା 

ଖିଲି ଖିଲି ହସର ଅସରା ଅସରା

ଭିଜା ଭିଜା ଭଲ ପାଇବାର ବରଷା

କରିଦେଇଛି ଆମ ସମ୍ପର୍କକୁ

ଅତି ଆର୍ଦ୍ରତାର ଏକ ବତୁରା ପ୍ରେମ।

ତୁମ ମନ ସାଥେ ମୋ ମନ ମିଶି

ହୃଦୟକୁ ହୃଦୟରେ ଦେଇଛି ଯୋଡ଼ି,

ବଞ୍ଚିବା ମୁସ୍କିଲ୍ ହୁଏ ତୁମକୁ ଛାଡ଼ି

ତୁମର ମୋର ହୋଇଛି ପବିତ୍ର ବନ୍ଧନ

ଗୋଟିଏ ଜୀବନ ଗୋଟାଏ ଅଭିଯାନ

ଶରୀର ସିନା ଦୁଇଟି ଆତ୍ମା ଏକ।

ଏ ବତୁରା ପ୍ରେମର ସମ୍ଭାବନା କ୍ଷେତ୍ରରେ

ଆଶା ଆକାଂକ୍ଷାର ବଢନ୍ତା ଚାରା

ପ୍ରକାଶି ବିକାଶି ହୁଏ ସବୁଜମୟ,

ପ୍ରତୀକ୍ଷାର ସେ ଆନ୍ଦୋଳିତ ମୁହୂର୍ତ୍ତ

ଥିଲା କି ଯନ୍ତ୍ରଣାଦାୟକ

ବିରହୀ ଜୀବନର ଆଖି ଆଗରେ

ନାଚୁଥିଲା ମୟା ମରିଚୀକା ପରି

ଯା' ର ଘଟିଛି ଏବେ ପରିସମାପ୍ତି।

ତୁମେ କି ମୁଁ କେହି କାହାକୁ କରିନୁ

କେବେ ଛଳନା କି ପ୍ରତାରଣା

ସତ୍ୟର ଶୁଭଭାବନା ଥିଲା

ଉଭୟଙ୍କ ସରଳ ନିଷ୍ପାପ ପ୍ରାଣେ

ଯା' ହୋଇଛି ବାସ୍ତବ କରିଛି ଆମକୁ ଧନ୍ୟ,

ଆଜି ହୃଦବୋଧ ହେଉଛି ଶତ ପ୍ରତିଶତ

ପ୍ରକୃତରେ ପ୍ରେମ ଅମର ଚିରନ୍ତନ

ଆମକୁ ବୁଝାଇ ଦେଇଛି ଏ ବତୁରା ପ୍ରେମ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance