ବତିଶ ବେଶ
ବତିଶ ବେଶ
ଭାରି ରସିକିଆ ମୋ ଜଗା କାଳିଆ
ତା ପରି ଦିଅଁ କେ ନାହିଁ
ବରଷ ଯାକରେ ବତିଶ ବେଶରେ
ସଜ ହେଉ ଥାଏ ସେହି ।0।
ହୁଏ ସୁନା ବେଶ ନୀତି ଅବକାଶ
ବଡ଼ ସିଂହାର ବାମନ
ପଦ୍ମ ଗଜାନନ କାଳୀୟ ଦଳନ
ରଘୁନାଥ ନାଗାର୍ଜୁନ
ରାଇ ଦାମୋଦର ପ୍ରଳମ୍ବା ଅସୁର
ଝୁଲଣେ କେବେ ଝୁଲଇ ।୧।
କୃଷ୍ଣ ବଳରାମ ଗଜ ଉଦ୍ଧାରଣ
ନବା
ଙ୍କ ନବ ଯୌବନ
ପୁଷ୍ୟା ଅଭିଷେକ ବାଙ୍କଚୂଡ଼ା ଶ୍ରାଦ୍ଧ
ଚୌରାଶିଆ ଓ ଚନ୍ଦନ
ଦୋଳରେ ଚାଚେରି ସୁନା ବେଶେ ହରି
ଭକ୍ତେ ଦର୍ଶନ ଦିଅଇ ।୨।
ସେନପଟା ଲାଗି ବେଶ ଯମ ଲାଗି
ବଣଭୋଜି ଘୋଡ଼ ଲାଗି
ଠିଆକିଆ ବେଶ ଆଡ଼କିଆ ବେଶ
ଗୋବର୍ଦ୍ଧନ ଟାହ୍ୟା ଲାଗି
ଦିଅନ୍ତି ଦର୍ଶନ ମୋ କଳା ବଦନ
ରାଜ ରାଜେଶ୍ୱର ହୋଇ ।୩।