STORYMIRROR

Rajendra Giri

Tragedy

5.0  

Rajendra Giri

Tragedy

ବତୀଖୁଣ୍ଟ

ବତୀଖୁଣ୍ଟ

1 min
13.4K


ବତୀ ଖୁଣ୍ଟ

( ପରାଜିତ ନାୟକର ବିଳାପ-୩ )


ମୁଁ ତ ଭାଷା ହୀନ ବତୀ ଖୁଣ୍ଟ

ଜଡ ହେଇ ଛିଡା ହୁଏ ମୋର

ଏକେଲା ପଣକୁ ନେଇ ,

ମାଇଲ ମାଇଲ ଦୂର ଅନ୍ଵେଷଣେ

ତୁମ ଆସିବା ବାଟକୁ ଚାହିଁ ।।


କେତେ ଆସନ୍ତି କେତେ ଯାଆନ୍ତି

ଦୁଃଖରେ ଡେଣା ଝାଡ଼ନ୍ତି

ସୁଖର ସମୀର ନେଶନ୍ତି ,,

ତୁମ ଠିକଣା ଅଜଣା ବୋଲି

ସବୁ କହି ଯାଆନ୍ତି ।।


ଦେହ ମୋର ଜଳିଯାଏ

ଅପେକ୍ଷାର ଜ୍ବାଳାରେ

ମୂକ ବୋଲି ପ୍ରଳାପ କରେନା ,

ଅନ୍ତରର ବେଦନା କାହାଠାରେ

ଖୋଲି କହି ବି ହୁଏନା ।।


ବହଳ ଅନ୍ଧାରର ଛାତି ଚିରି

ଦେଖିବାକୁ ଚେଷ୍ଟା କରେ

ଯୋଜନ ଯୋଜନ ଦୂର,

କାଳେ କୋଉଁଠି ବିଶ୍ରାମ ପାଇଁ

ଲୋଡ଼ିଥିବ ତୁମେ ଘର ।।


ଦେହର ଦହନ ଦେହରେ ମରେ

ଚେତନାର ପୋଡା ଭୂଇଁରୁ

ବାସେ ଅଜଣା ବାସ୍ନା ,

ପ୍ରଖର ଦୀର୍ଘଶ୍ୱାସରେ ଜାଣି ପାରେନା

କିଏ ଚିହ୍ନା ପୁଣି କିଏ ଅଚିହ୍ନା ।।


ରଜନୀ କବରୀ ଗଲେ

ଶୂନଶାନ୍ ହୁଏ ମୋ ଇଲାକା

ଶାନ୍ତ ହୁଏ ମୁଁ ଓ ମନ,

ସମୟକୁ ପ୍ରାର୍ଥନା କରେ

ଦେଖିବାକୁ ତୁମ ପାଦ ଚିହ୍ନ ।।ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର ,

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର


Rate this content
Log in

Similar oriya poem from Tragedy