STORYMIRROR

Rajendra Giri

Others

3  

Rajendra Giri

Others

ଆ'ରେ କାଳିଆ

ଆ'ରେ କାଳିଆ

1 min
285

ରଥରୁ ଓହ୍ଲାଇ ଆ'ରେ କାଳିଆ

ଚାଲି ମୁଁ ପାରୁନି ଆଉ

କୁନି ପାଦ ମୋର ଥକି ଯାଉଅଛି

ଦୂରୁ ବଢ଼େଇଦେ ତୋ ବାହୁ ।।


ତବ ଦରଶନ ଲାଗି ଆସଛିରେ ଧାଇଁ

କାହିଁ କେତେଯେ ଦୂରୁ

ଛୋଟପିଲା ମୁହିଁ ଭକତି ଜାଣିନି

ମନେ ରାଗ କିପାଇଁ ଧରୁ  ।।


ଦାସିଆ ବାଉରୀ ପରି ଡାକି ମୁଁ ପାରୁନି

କ୍ଷମା କରିଦେବୁ ମୋତେ

ମା' ଦେଇଥିଲେ ବାଡ଼ିର ନଡିଆ

କେମିତି ଦେବିରେ ତତେ ।।


ସଦୟ ହେଲେ କାଳିଆରେ ତୁହି

ମନ ଭରି ଥରେ ଦେଖନ୍ତି

ଘରକୁ ଫେରିଲେ ସାଂଗ ସାଥି ମେଳେ

କେତେ କଥା ତୋର କହନ୍ତି ।।


ଏତିକି ମାଗୁଣି ଜୀବନରେ ମୋର

ଦେଖିବି ତୋ ଦିବ୍ୟରୂପ

ମନରେ ଭରିଦେ ସତ୍ୟ,ସାହସ,ଶକତି

କ୍ଷୟ ହେଇଯାଉ ପାପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍