ନୀଳରକ୍ତର ଧମକ
ନୀଳରକ୍ତର ଧମକ
ଚେତି ଯା'ରେ ମଣିଷ ଭାଇ
କେତେ ଆଉ କରିବୁ ନଷ୍ଟ
ଆମ ବଉଁଶ ବୁଡିଲେ
ତୁଚ୍ଛାରେ ପାଇବୁ କଷ୍ଟ ।
ସାରା ରାଇଜେ ଖୋଜିଲେ ପାଇବୁ
ଆମ ରକ୍ତ ଏକା ନୀଳ
ଅଜ୍ଞାନ ହେଲୁକି ତୁହି
ଜାଣି ନାହୁଁ ସେ ରକ୍ତର ବଳ ।
ବିଜ୍ଞାନ କହୁଛି ସେ ରକ୍ତେ ଅଛି
ରୋଗ ନାଶର ଶକ୍ତି
କାହୁଁ କେତେ ଅସାଧ୍ୟ ରୋଗରୁ
ସହଜେ ମିଳଇ ମୁକ୍ତି ।
ଚାରିଶହ ଅଶୀ କୋଟି ବରଷ ଧରି
ବଞ୍ଚି ରହିଛି ଆମ ଜାତି
ପ୍ରାକୃତିକ ବିପର୍ଯ୍ୟୟ,ଜଳବାୟୁ ପରିବର୍ତ୍ତନ
ସହିଛୁ କେତେ ବିପତ୍ତି ।
ମଣିଷ ପରି କରୁନା ଆମେ
ଘୃଣ୍ୟ ପରକ୍ରିୟା ପ୍ରୀତି
ବିପଦେ କେବେ ହାତ ନ ଛାଡୁ
ଆମେ କଙ୍କଡା ଦମ୍ପତି ।
କାହାକୁ ନେଇ ଗରବ କରିବୁ
ଆମେ ହୋଇଲେ ବିଲୋପ
ଚିଲ, ଶାଗୁଣା, ଡାଇନୋସର ପରି
ପଢୁଥିବୁ ଆମ ଗପ ।
ଆମ ଚେତାବନୀ ଶୁଣ ହେ
ଜଗତ ଜନ
ବେଳ ଥାଉ ଥାଉ ନ ସୁଧୁରିଲେ
ହେବୁଟି ତୁ ହଇରାଣ ।
