STORYMIRROR

Rajendra Giri

Others

4  

Rajendra Giri

Others

ମୌନ ପିଶାଚୀ

ମୌନ ପିଶାଚୀ

1 min
323


ମାୟାବିନୀ ରାତିର କୋଳରେ 

ସାରା ସହର ଶୋଇଗଲା ପରେ 

ତୁମେ କାହିଁକି ପାଲଟିଯାଅ ମୌନ ପିଶାଚୀ

ନିଃଶ୍ୱାସରେ କାମନାର ଅସ୍ତ୍ର ଭରି,

ଆଖିର ଖଡ୍ଗଟିକୁ ଶାଣିତ କରି,

ଲହୁ ଲୁହାଣ କର 

ମୋ କାମ ହୀନ ପ୍ରତିଜ୍ଞା ମାନଂକୁ 

ଗୋଟିକ ପରେ ଗୋଟିଏ ପଣକୁ

ଝୁଣିବା ଆରମ୍ଭ କର 

ତୁମ ରକ୍ତଲଗା ଓଠର ଦଂଶନରେ ।।


ଓଃ!! ସେତକରେ ରହିଯାଅନା 

ଝାଳେଇ ସାରିଲାଣି ମୋ ଅଷ୍ଟାଙ୍ଗ ଶରୀର

ଥରିଲାଣି ମୋ ସମଗ୍ର ସତ୍ତା 

ପ୍ରଳାପ କଲେଣି ମୋ ପାଗଳ ପଣ 

ହୁଏତ ,ଏହି କ୍ଷଣି ବନ୍ଧନ ମୁକ୍ତ ହୋଇଯିବ ,

ଆଉ ତା'ପରେ ,ସହି ପାରିବ !

ମୋ ଭିତର ମହାଯୁଦ୍ଧର ଗରମ ପଣକୁ

ସାଇତା କାମାସୁରର ଜାନ୍ତବ କ୍ଷୁଧାକୁ

ମୋ ପଶୁତ୍ଵର ପାଶବିକ ଶକ୍ତିକୁ।


ଏବେ ବି ସମୟ ଅଛି

ସାବଧାନ!!

ଖସାଅନାହିଁ ପାଦ ଶିଉଳି ତୁଠରେ

ହୁଏତ, ଅଣନିଃଶ୍ବାସୀ ହୋଇଯିବ 

ସକାଳର ଲୋକ ଲଜ୍ଜା ନଈରେ ବୁଡ଼ି।।

ମୁଁ କିନ୍ତୁ ଖସି ଯିବି ଗପ ବହିର ବିଲୁଆ ପରି

ନୂଆ ନୂଆ ପ୍ରତିଜ୍ଞା ମାନଙ୍କୁ ବନ୍ଧୁ କରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍