ଝର୍କା ସେପାଖର କଥା
ଝର୍କା ସେପାଖର କଥା
1 min
392
କେହି ଜଣେ କିଛି କହିଗଲା ପରେ
ଝଡ଼ଟିଏ ତିଆରି ହୁଏ
ଝର୍କା ସେ ପାଖେ
ତୁମକୁ ଓ ମୋତେ ନେଇ ,
ତୁମେ କିନ୍ତୁ ନିର୍ବିକାର
ସହି ଚାଲ ବିନା ପ୍ରତିବାଦରେ
କିସମ କିସମର ଚାପା ଗୁଞ୍ଜରଣ
ଅଦାଲତର ଆଖି ବନ୍ଧା କଣ୍ଢେଇ ପରି ,
କେବଳ ଅଭିଯୋଗମାନଙ୍କୁ ଶୁଣି ଚାଲ
ବେଶ ନୀରବରେ
ମୋ ଶୁଣାଣିକୁ ଅପେକ୍ଷା କରି
ମୁଁ କିନ୍ତୁ ନିଦା ବିଷ୍ଣୁ ପାଲଟି ଯାଏ
ଲୋକ ଲଜ୍ଜା ନାମକ ପୋକକୁ ଭୟ କରି ,
ମୋ ଲୁହ ସବୁକୁ ଆହୁତିରେ ବସର୍ଜିଦେଇ
କଛି ନହେବାର ଅଭିନୟଟେ ପରି
ଚରିତ୍ରମାନଙ୍କୁ ଦେଖେ ,ଶିଖେ,ପରଖେ
ଝର୍କା ସେ ପାଖେ ।।
