STORYMIRROR

Rajendra Giri

Others

3  

Rajendra Giri

Others

ଶ୍ରାବଣୀ ଶୁଭେଚ୍ଛା ଜଣେଇବୁ

ଶ୍ରାବଣୀ ଶୁଭେଚ୍ଛା ଜଣେଇବୁ

1 min
305

ଶ୍ରାବଣ ଲୋ ତୁ ଶୁଭେଚ୍ଛା ଜଣେଇବୁ

ବନ୍ଧୁକୁ ମୋର ଯାଇ 

ବନ୍ଧୁ ତାର ଆଜି ଶୁଭମନାସିଛି 

ଦୂର ଦେଶେ ଥାଇ ।


ଭାରି ଅଭିମାନୀ ବନ୍ଧୁଟେ ମୋର

ସରାଗେ କହିବୁ ସବୁ 

ଅମାନିଆ ହେଲ ମିଠା କଥା କହି

ପ୍ରୀତି ଉପହାର ଦବୁ ।।


ଆକାଶଠୁ ବଳି ହୃଦୟ ତାହାର

ଶଶୀଠାରୁ ସଫା

କୋଇଲିଠୁ ବଳି ମଧୁର ଅଟେଲ

ତା' ସରୁ ଓଠର କଥା ।।


କେବଳ ନୁହଁଇ ବନ୍ଧୁଟେ ମୋର

ଭଉଣୀଠୁ ଆହୁରି ବଳି

ମନେ ଦେଇ ସବୁ ଶୁଣିବୁ ଲୋ

ତା'ର ଯେତକ ଅଳି ।।


କହିବୁ ଯାଇ,ମନ ଉଣା କରିବ ନାହିଁ

କରିବ ତା' ଭାଇର ଅପେକ୍ଷା

ଗୋଟି ଗୋଟି ସବୁ ପୂରଣ କରିବି

ତା' ସାଥେ ହେଲେ ଦେଖା ।।


କରମ ଜୀବନ ତୁମର 

ହେଉ ଚିର ମାର୍ଜିତ

ପ୍ରଭୁ ସାଇଙ୍କ କୃପା ବଳେ 

ଖୁସି ତୁମର ହେଉ ଅୟୁତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍