STORYMIRROR

Rajendra Giri

Romance Others

3  

Rajendra Giri

Romance Others

ଶୁଭେଚ୍ଛା ବାନ୍ଧବୀ

ଶୁଭେଚ୍ଛା ବାନ୍ଧବୀ

1 min
178

ତୁମର ମୋର ବନ୍ଧୁତା ମାପିବା ଦାୟିତ୍ୱ

ପାରାବାର ହାତେ ଦେଲି ଖୋସି

ବିଚରାଟା ମନା କରିଦେଲା

କହିଲା,

ତୁମ ବନ୍ଧୁତ୍ୱର ଓଜନ

ମୋ ନିଜ ଓଜନଠୁ ଢେର ଗୁଣ ବେଶି ।

ଏତକ ଶୁଣି କହିଲା ବିଧୁ ପରଦେଶୀ

ଯିଏ ମୋ ଠାରୁ ଶୀତଳ

ନୀରଠୁ ତରଳ

ତା'ର ଓଜନ କିଆଁ ମାପୁଛ ଆସି

ଫେରି ଯା' ତୁ ହସି ହସି ।

ବାଟରେ ଭେଟିଲି ମୟୂରୀ ରାଣୀ

କେଡେ ସୁନ୍ଦର ତା' ଆଖିର ଠାଣି

ପଚାରିଲି ଯାଇ ଆହେ ସୁନ୍ଦରୀ

କାହାଠୁ ଶିଖିଲୁ ଏ ଚାହାଣୀ

ଉତ୍ତରେ କହିଲା କେକୀ

ସାରା ରାଇଜେ ସୁନ୍ଦର ଯାହାର ଅକ୍ଷି ।

ସରସେ ସାରସ ସରସୀରେ ଭାସି

କହିଲା ପାଖକୁ ଆସି 

ଶୁଭଦିନରେ ଶୁଭେଚ୍ଛା ଜଣାଇ ଦିଅ

ଜଗନ୍ନାଥ ପଦ ତଳେ ଶୁଭ ମନାସୀ ।


Rate this content
Log in

Similar oriya poem from Romance