STORYMIRROR

Rajendra Giri

Others

4  

Rajendra Giri

Others

ଆଭିଜାତ୍ୟ

ଆଭିଜାତ୍ୟ

1 min
356

ଆଭିଜାତ୍ୟର ଏକ ଧରାବନ୍ଧା ନୀତି ନିୟମରେ

ବାସ୍ ଏଠି ଦେଖେଇବାକୁ ହୁଏ

ଶିଖେଇବାକୁ ହୁଏ ,

ଠକିବାର କେତେ କୌଶଳ 

ଆପଣାର ଉପସ୍ଥିତି ବୁଦ୍ଧିରେ 

ମୁଁ ବି ରଙ୍ଗ ମାଖି ପାରେ 

ବାରଙ୍ଗନା ପରି ଘଢିକି ଘଢି ।।


ଲେଖିବାକୁ ହୁଏ ଗୋଟିଏ ପରେ ଗୋଟିଏ

ଗଳିତ ଶବର ଇତିହାସକୁ 

କେବଳ ହିଁ କେବଳ 

ମୋ ଆଭିଜାତ୍ୟର ପ୍ରମାଣ ଟିକକ ପାଇଁ ,

କେତେକଙ୍କ ନାଡିକୁ ଚିପିବାକୁ ହୁଏ

ଛାତିରେ କାନ ଡେରି ଶୁଣିବାକୁ ହୁଏ

ନାକର ନିଃଶ୍ବାସ ପ୍ରଶ୍ବାସକୁ ମାପିବାକୁ ହୁଏ 

କେଉଁ ଏକ ଯନ୍ତ୍ରଣାର ଷ୍ଟେଥ ଧରି ।।


ଫେରିଯାଇଛନ୍ତି ଅନେକ 

ଜୀବନର ରସ ସବୁକୁ ଢ଼ୋକ ମାରି

ଠିକ୍ ଏବେ ଏବେ ତୁମେ ଯେମିତି 

ସଜ ଭାତରୁ ପେଜତକ ନିଗାଡ଼ି ଦେଲ ।।


ଆଜିବି ମୁଁ ଖୁସି ବିଗତ ଦିନର ଇତିହାସ ଚାପିରଖି 

ଏକ ଅନ୍ତରଦ୍ବନ୍ଦର ଦାବାନଳରେ 

ଅହ-ନିଶି କୁହୁଳି କୁହୁଳି

କେବଳ ହିଁ କେବଳ ମୋ ଆଭିଜାତ୍ୟର

ଏକ ମିଛ ଗର୍ବକୁ ନେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍