STORYMIRROR

Rajendra Giri

Others

4  

Rajendra Giri

Others

ମାଣିଖମ୍ବରେ ସଂଧ୍ୟା

ମାଣିଖମ୍ବରେ ସଂଧ୍ୟା

1 min
112

ଦାଶ ବାବୁଙ୍କ ତିନିମହଲାର ଆଁ କରା ଛାତ 

ନଡିଆ ଗଛ ଏବଂ ମୋବାଇଲ ଟାୱାର 

ଜଣେ ଆରକୁ ଟପିବାର ଚେଷ୍ଟା 

ମଝିରେ ମଝିରେ 

ରସିକିଆ ତାଳଗଛର ତେର୍ଛା ନଜର

ଗୋଟେ ପଟେ ପ୍ରକୃତି ଅନ୍ୟଠି ମଣିଷ କୃତି

ହଁ !ଏହାତ ଶୀତଳ ଯୁଦ୍ଧ 

ଗୋଟାପଣେ ଯନ୍ତ୍ର କବଳରେ ତୁ,ମୁଁ, ଆମେ ସମସ୍ତେ ।।


ଠାଏଁ ଠାଏଁ ବିଜୁଳି ଆଲୁଅ ସବୁ 

ଗୋଟିକ ପରେ ଗୋଟିଏ ରେସ୍ ରେ ଭାଗ ନେଲେଣି

ଯୋଉଁଠି ପ୍ରକୃତିକୁ ହରେଇବାର ଶତଚେଷ୍ଟା

ଏଇତ ! ମନ୍ଦିର ଆଉ ମସଜିଦ

ଏମାନଙ୍କୁ କ'ଣ କୁହାଯିବ,ଶାନ୍ତିର ପ୍ରତୀକ !

ଏବେ ଏବେ ମନ୍ଦିରର କେତନ ପାଖରୁ 

କୋଉଁ ଏକ ଧାତଵ ଯନ୍ତ୍ରର ଚିତ୍କାର ଶୁଭିଲା 

ମସଜିଦରୁ ବି ନମାଜ ଶୁଭୁଛି !

ତୁଳସୀ ଚୌରାର ଦୀପଠାରୁ 

ଛାତର ଷ୍ଟାଣ୍ଡ ଆଲୁଅ ବହୁ ଆଗରେ ,

ଅନୁମାନ କର ତୁ କେତେ ପଛରେ ।।


କ'ଣ ଆଉ ଭାବୁଛୁ 

ଯନ୍ତ୍ରର ବସତା ସ୍ୱିକାର କରିବୁ ?

ଧୌର୍ଯ୍ୟଧରି ରାତିକୁ ଅପେକ୍ଷା କର 

ସନ୍ଧ୍ୟାର ନାଟକ ସେତେବେଳକୁ ଜମି ସାରିଥିବ

ମାଣିଖମ୍ବ ସହର ଯାକ ,

ପରିହାସ କରୁଥିବ ଯନ୍ତ୍ରର ଉଜ୍ଜଳତା ,

ବାସ୍ ସେତିକିବେଳେ ତ ଛାତିତଳ କମ୍ପନର ତୀବ୍ରତାକୁ 

ସେସ୍ମୋ ଗ୍ରାଫ୍ ରେ ମାପିବୁ ,

ଉଛ୍ୱାସର ଗରମ ପଣରେ ନିଜକୁ ନିଜେ ସିଝେଇବୁ 

ତା ପରେ ନିଷ୍ପତି ତ ହାତରେ 

ତୁ କାହାର 

ଯନ୍ତ୍ରର ନା ମୋର ,

ସ୍ୱର ଉଠେଇବୁ ନା ସୈତାନର ସୁଖ ଭୋଗିବୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍