ବତୀଘର ମୋର ରହିଛି ସାକ୍ଷୀ
ବତୀଘର ମୋର ରହିଛି ସାକ୍ଷୀ
କ୍ରୁର ସମୟର କୋଳେ ଖେଳଇ ଜୀବନ
ସାଂକେତିକ ବତୀଘର କରେ ପ୍ରାଣ ଦାନ ।
ପ୍ରବାସୀ ବାରତା ବୋହି ବାଢଇ ଶ୍ରଦ୍ଧାରେ
ସତେ ମଣି ମୁକ୍ତା ଆଣି ଧରାଏ ସେ କରେ ।
ଅଶ୍ରୁନୀର ସାଜି ଥିଲା ଯେବେ ଶେଷ ଆଶା
ଦୂର ବତୀଘର କରେ ପିୟୂଷ ବରଷା ।
ଆଜି ଅଛି ସେହି ସ୍ଥାନ ସାକ୍ଷୀ ରୂପେ ଛିଡ଼ା
ସୁଗନ୍ଧ ସଂକେତ ଭରି ନାଶୁ ଥାଏ ପୀଡ଼ା ।
ଅସୀମ ଅନନ୍ତ ସିନ୍ଧୁ ତୀରେ ତାର ବାସ
ସକଳ ମଙ୍ଗଳ ଅର୍ଥେ ହୁଅଇ ପ୍ରକାଶ ।
ବେଳାଭୂମି ତୀରେ ଯେବେ ହୋଇଲା ବିଚ୍ଛେଦ
ବତୀଘର ବୁଝୁଥିଲା ଅନ୍ତର ଶବଦ ।
ବିଛେଦ ସ୍ରୋତରେ ଥାଏ ଧର୍ଯ୍ୟର ସହିତ
ସାକ୍ଷୀ ହୋଇ ଶିକ୍ଷା ଦିଏ ପ୍ରେମର ମହତ ।
ବିରହ ଜ୍ୱାଳାରେ ଯେବେ ମନ ଯାଏ ଜଳି
ଅଭିମାନେ ତା ପାଦେ ମୁଁ କରୁ ଥାଏ ଅଳି ।
ସୁଖ ଦୁଃଖ ରଙ୍ଗ ନେଇ ଦେବୁୁୁରେ ବାରତା
ଅଗାଧ ପ୍ରୀତି ସାଗରେ ପ୍ରିୟ ଅଧିକର୍ତ୍ତା ।
ସ୍ମୃତିର ସଙ୍ଖାଳି ସେତ ହୃଦୟର ମାଳା
ବେଳାଭୂମି ତୀରେ ଆଶା ନାବ କରେ ଖେଳା ।
ଦୁଇ ଦିଗେ ଆସୁ ଯେତେ ଦୁଃଖର ଅରାତିି
ତୁମେ ସଦା ରହି ଥିବ ମୋର ଗତି ମୁୁକ୍ତି ।

