STORYMIRROR

Debadatta Jena

Tragedy Inspirational

3  

Debadatta Jena

Tragedy Inspirational

ବସୁଧୈବ କୁଟୁମ୍ବକମ୍

ବସୁଧୈବ କୁଟୁମ୍ବକମ୍

1 min
213

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,

ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡି ଥାଉ

ଜଗତ ଉଦ୍ଧାର ହେଉ..!


ଫୁଟାଏ ମାଉଁସ, ଦୁଇ ଖଣ୍ଡି ହାଡ଼

ଆଜି ବି ସେ କଥା କହେ,

ନାହିଁ ଆଜି ସେଇ ସମର୍ପଣ ଭାବ

ଅହଂ ଭାବେ ବନ୍ଧା ସର୍ବେ..!


ସ୍ୱାର୍ଥ ମେଧ ଯ6ଜ୍ଞ ସଭିଏଁ ଚଳନ୍ତି,

ସ୍ୱାର୍ଥକୁ ଆହୁତି ତୁଲେ,

ଚାଲିବ କି ଘୋଡା ଲଗାମ କଷିଲେ,

ଦାନା ମୁହେଁ ବନ୍ଧା ଥିଲେ..!


ନାହିଁ ସେହି ଭାବ ନାହିଁ ସେଇ ସନ୍ଥ

ସାଧୁ ନାମେ ଭଣ୍ଡ ଯେତେ,

ତୁଣ୍ଡେ ରାମ ନାମ ଅନ୍ତରେ ଛୁରିକା

ମୁଖେ ହରି ନାମ କେତେ..!


ଗଲାଣି ତ କଥା ଗଲାରେ ସଙ୍ଗାତ,

ଗଲାଣି ତ ଗଲା କଥା,

ମିଛ ବାହାସ୍ଫୋଟ ମାରନ୍ତି ଯେମନ୍ତ,

କହେ ସେ ହୃଦୟ ବ୍ୟଥା..!


ଦଇବ ଦଉଡି ମଣିଷ ଯେ ଗାଈ,

ଯେଣିକି ଓଟାରେ ସେହି,

ବିଧିର ବିଧାନ କେ କରିବ ଆନ,

ଅନ୍ୟଥା ନ ହୁଏ କେହି..!


ଧନ୍ୟ ସେ ମହିମା ମହତ ଜନର

ଧନ୍ୟ ସେ ବୀର ପୁଙ୍ଗବ,

ସାମ୍ୟ ମୈତ୍ରୀ ଭାବ ହୃଦୟ ତିଳକ,

ବସୁଧୈବ କୁଟୁମ୍ବକ..!


କହେ ଭୀମ ଭୋଇ ଜଗତ ଉଦ୍ଧାରି,

ଅଲେଖ ମହିମା ନାମ,

ଜାତିର ଗୌରବ ତୁମେ ଆଦି ସନ୍ଥ

ଚରଣରେ ପ୍ରଣିପାତ..!


 


Rate this content
Log in

Similar oriya poem from Tragedy