ବସନ୍ତ
ବସନ୍ତ
ତୁମେ ଆସିଥିଲ
ମୋ ଜୀବନ ପଥେ
କାବ୍ୟର ଝଲକ ନେଇ
ଝରୁଥିଲା ଶବ୍ଦ
ଅପୂର୍ଵ ମହକେ
ହୃଦୟକୁ ଛୁଇଁ ଦେଇ.
ନୟନେ ମୋ ଥିଲା
ପ୍ରୀତିର କଜ୍ଵଳ
ଅଧରେ ପ୍ରଣୟ ରାଗ
ଆତ୍ମା ଭିଜୁଥିଲା
ସ୍ୱର୍ଗୀୟ ମହକେ
ପାଇ ତୁମ ଅନୁରାଗ.
ପଲକରେ ଥିଲା
ସପନର ଢେଉ
ସପ୍ତରଙ୍ଗୀ ଇନ୍ଦ୍ରଧନୁ
ଜୋଛନା ରେଣୁରେ
ଆଙ୍କୁଥିଲି ନିତି
ପ୍ରେୟସୀ ସାଜିଲା ଦିନୁ.

