STORYMIRROR

SUJATA DAS

Romance

3  

SUJATA DAS

Romance

ବସନ୍ତ

ବସନ୍ତ

1 min
237

 ତୁମେ ଆସିଥିଲ

   ମୋ ଜୀବନ ପଥେ

     କାବ୍ୟର ଝଲକ ନେଇ

ଝରୁଥିଲା ଶବ୍ଦ

  ଅପୂର୍ଵ ମହକେ

    ହୃଦୟକୁ ଛୁଇଁ ଦେଇ.

ନୟନେ ମୋ ଥିଲା

   ପ୍ରୀତିର କଜ୍ଵଳ

     ଅଧରେ ପ୍ରଣୟ ରାଗ

ଆତ୍ମା ଭିଜୁଥିଲା

   ସ୍ୱର୍ଗୀୟ ମହକେ

      ପାଇ ତୁମ ଅନୁରାଗ.

ପଲକରେ ଥିଲା

   ସପନର ଢେଉ

      ସପ୍ତରଙ୍ଗୀ ଇନ୍ଦ୍ରଧନୁ

ଜୋଛନା ରେଣୁରେ

   ଆଙ୍କୁଥିଲି ନିତି

      ପ୍ରେୟସୀ ସାଜିଲା ଦିନୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance