STORYMIRROR

Sunanda Mohanty

Romance

3  

Sunanda Mohanty

Romance

ବସନ୍ତ ରାସ

ବସନ୍ତ ରାସ

1 min
177


କଳାକାହ୍ନୁ ରସିକ ମଣି ଶେଖର 

କେଣେ'ଛନ୍ତି ଦିଅ ମତେ ଖବର 

ଲଳିତା ବିଶାଖା ଖୋଜ ସତ୍ୱର 

ଶୁଭୁନି ବଂଶୀ ସ୍ଵନ ଦିଶୁନି ଘୁଙ୍ଗୁର 

ଆତୁରେ ପରାଣ ହେଉଛି ଦହନ ବସନ୍ତ ରାସ ସମୟ ଯେ 


ଦୁଷ୍ଟ କଂସ ପଠାଇବ ରାକ୍ଷସ 

ଶାଶୁ ନଣନ୍ଦ ଗଞ୍ଜଣା ଅଶେଷ 

ଶ୍ୟାମ ବିନା ରାଧା ଅଧା ଅବଶ୍ୟ 

କୃପା କର ସଖି କୃଷ୍ଣ ପରଶ 

ଲଭିଲେ କୃଷ୍ଣଙ୍କୁ ହୋଇବ ଶାନ୍ତ ଏ ଆକୁଳ ପରାଣ ଯେ 


ଅବା ଯାଇଛନ୍ତି ଧେନୁ ଚରାଇ 

ଖେଳୁଛନ୍ତି ଗୋପ ବାଳକେ ନେଇ 

ଅବା କୁଞ୍ଜେ କେଉଁ ରଙ୍ଗରେ ରହି 

ଦେଲେ ପାଶୋରି ପାରିବି କି ରହି 

କଜ୍ଜ୍ୱଳ ଆଉ ପିନ୍ଧିବିନି ନୀଳବର୍ଣ୍ଣ ଶୁଆ ଦେବି ଉଡାଇ ଯେ 


କିଏ ସେ କରିଲା କିବା ମନ୍ତର 

ଚନ୍ଦ୍ରଭାନୁ ଜେମା କଲେ ଅନ୍ତର 

ଯମୁନା ଯିବାରେ ହେଲା ଉଛୁର 

ସେ ପାଇଁ କି କାହ୍ନୁ କଲେ ଅନ୍ତର 

ବେଣୁ ଶବ୍ଦ ଶୁଣି ଉଠିବି ମୁଁ ପୁଣି କାହ୍ନୁ ବିନା ରାସ ନାହିଁ ଯେ 


ଫେରିଯା ବସନ୍ତ ମୁଁ ହନ୍ତସନ୍ତ 

ଆସିଲେ କହ୍ନେଇ କୁଞ୍ଜକୁ ଗସ୍ତ 

ଦେଖାଇ ସେ ଠାଣି ଧରିଲେ ହସ୍ତ 

ଯିବି କାହ୍ନା ସଙ୍ଗେ ଶୁଣ ବସନ୍ତ 

ବିଶାଖା ଲଳିତା କହନ୍ତି ଆସିଲେଣି କାହ୍ନୁ ନକର ଚିନ୍ତା ଯେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance