STORYMIRROR

rasmi maye pati

Romance

3  

rasmi maye pati

Romance

ବସନ୍ତ ର ଆଗମନେ

ବସନ୍ତ ର ଆଗମନେ

1 min
209


କିଏ ଘୁଞ୍ଚାଇଲା ହିମ ଆବରଣ

  ଧରଣୀ ରାଣୀ ବକ୍ଷ ରୁ

ହିମ ବିନ୍ଦୁ ସବୁ କରିଲା ଅଦୃଶ୍ୟ

  ଶୁଷ୍କ ହେଲେ ଦ୍ରୁମ ତରୁ।।।।

ତରୁ ପଲ୍ଲବ ରେ ଛିଞ୍ଚିଲା ଅମୃତ

  ପ୍ରୀତି ସିକ୍ତ ଶିହରଣ

ଫୁଲ ରେ ଭରିଲା ଅମାପ ସୁଗନ୍ଧ

  ମାଧୂର୍ଯ୍ୟ ରେ ପରିପୂର୍ଣ୍ଣ।।।।

ପଞ୍ଚମ ସୁର ରେ ପିକ ଆରମ୍ଭିଲା 

  ଆମ୍ର ବୃକ୍ଷ ର ଶାଖା ରେ

ନାନା ଜାତି ବିହଙ୍ଗ ର କାକଳି ରେ

  କମ୍ପିଲା ପ୍ରକୃତି କୋଳେ।।।

ଝରଣା ଗାଇଲା ମଧୁ ଝରା ଗୀତି

  ତା ନୀଳାମ୍ବୁ ନିଳୀମା ରେ

ପ୍ରକୃତି ହସିଲା ପ୍ରୀତି ଝଙ୍କାର ରେ

 ପଟ୍ଟାନ୍ତର ନାହିଁ ତାରେ।।।।

ସ୍ମୃତି ଫରୁଆ ରୁ ଶବ୍ଦ ଗୁଛ ସବୁ

 ଉଡ଼ିଗଲେ ମଳୟ ରେ

ତନୁ ରେ ମନ ରେ ଖେଳେ ଶିହରଣ

 ପ୍ରୀତି ସଂଚିଲା ହୃଦ ରେ।।।

ଇଚ୍ଛା ହେଲା କାଇଁ ହଜି ଯାଆନ୍ତି କି

 ଶବ୍ଦ ଝଙ୍କାର ହୁଙ୍କା ରେ

ଧରା କୁ ସତେ କି ଆସିଲା ବସନ୍ତ

  ପ୍ରଣୟ ର ଛନ୍ଦ ତାଳେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance