ବସନ୍ତ ହସୁଛି ବଉଳ ପାଇଁ
ବସନ୍ତ ହସୁଛି ବଉଳ ପାଇଁ
ମନ ଯେ ପ୍ରଫୁଲ୍ଲ ପିଣ୍ଡ ଶିହରଣ
ଋତୁ ରାଜ ଏ ବସନ୍ତରେ
ବଉଳ ଲାଗୁଛି ଆମ୍ବ ବୃକ୍ଷ ଡାଳେ
ବାସ୍ନା ସଞ୍ଚାର ମଳୟରେ !!
ଋତୁ ମଧ୍ୟେ ଶ୍ରେଷ୍ଠ ବସନ୍ତ ଏ ଋତୁ
ପତ୍ର କୁନି କୁନି ବୃକ୍ଷରେ
ପୁରୁଣା ଯେ ପତ୍ର ଝଡି ପଡୁ ଅଛି
ଋତୁର ଶୁଲୁ ଶୁଲୁ ବା'ରେ !!
ବଉଳ ବାସ୍ନାରେ ଦିଗ ଚହଟୁଛି
ବହୁଅଛି ଟି ଅମ୍ଳଜାନ
ପରିବେଶ ଦିଶେ ନୂଆ ନୂଆ ସବୁ
ଶୁଭୁଛିରେ ପକ୍ଷୀ ଗୁଞ୍ଜନ !!
ନୂଆ କଳେବର ହୁଏଟି ଧରଣୀ
ଶୀତ ଓ ଉଷ୍ମ ଏକ ଭାବ
କବି ମନ ମୋହେ ପ୍ରାକୃତିକ ଛଟା
କରୁ ଥାଏ ସୌନ୍ଦର୍ଯ୍ୟ ଠାବ !!
ଆଶା ଅସୁମାରୀ ସ୍ବପ୍ନ ଭଳି ଭଳି
ଦେଖୁଛିରେ ବସନ୍ତ ଦୃଶ୍ୟ
ମଳୟ ମହକ ଫୁଲର ସୁବାସ
ହଜି ଯାଏରେ କବି ହୋଶ !!
ରାତ୍ରରେ ଶୀତଳ ଦିନରେ ଗରମ
ଶୀତର ନଜର ଟି ନାହିଁ,
ପରିବେଶ ଦିଶେ ଅତି ହିଁ ସୁନ୍ଦର
ଆବିର୍ଭାବ ଋତୁ ରାଜ ଭୂଇଁ !!
