STORYMIRROR

Panchanan Jena

Romance

4  

Panchanan Jena

Romance

ବସି ନିକାଞ୍ଚନେ

ବସି ନିକାଞ୍ଚନେ

1 min
2

ତୁମ ଗାଁ ଆଡ଼େ ଭାଦ୍ରବ ଢାଳିଲେ

ଯୌବନ ମୋ ଛାଡ଼େ କାତି

ଭାରି ଇଚ୍ଛା ହୁଏ ଛଡେଇ ନେବାକୁ

ତୁମ ବିରହ ବିଧୁର ତାତି


ତୁମ ଘର ଆଗେ ସଞ୍ଜ ନଇଁଗଲେ

ଜହ୍ନିଫୁଲ ଫୁଟେ ଠୁ ଠା

ମନେ ମନେ ଭାବେ ମାଟି ଚୁଲିରେ

ପ୍ରୀୟା କରୁଥିବ ତାଳ ପିଠା


ତୁମ ଦାଣ୍ଡ ଆଗେ ସୁଅ ଛୁଟିଗଲେ

କାଗଜ ଡଙ୍ଗାର ନୌବାହିନୀ

ଭାରି ଇଚ୍ଛା ହୁଏ ପାରିଧିରେ ଯାନ୍ତି

ଦେଖିନ୍ତି ବତୁରା ଦେହେ ସୌଦାମିନୀ


ତୁମ ବାରି ଆଡ଼େ କଦମ୍ବ ବାସିଲେ

ମନ ଭାବନାରେ ଲାଗେ ନିଆଁ

ଚିନ୍ତା କରେ ନିତି ନିରୋଳାରେ ପ୍ରୀତି

ନିର୍ବାପିତ କରନ୍ତି ହିଆ ତଳର ଧୂଆଁ


ତୁମ କୂଅ ମୂଳେ ପାଣି କଢ଼ା ବେଳେ

ବର୍ଷାରେ ଭିଜାନ୍ତି ତନୁ ବଲ୍ଲରୀ

ଭାରି ଇଚ୍ଛା ହୁଏ କୋଳେଇ ଧରନ୍ତି

ଭିଜନ୍ତେ ଦୁହେଁ ମତ୍ତ ମୟୂରୀ


ତୁମ ବାରି ପଛ ନଡ଼ିଆ ଗଛରେ ଦୋଳି

ଝୁଲୁଛି ବରଷା ରାଣୀ ବିଞ୍ଚେଇ ଉତ୍ତରୀ

ଭାରି ଇଚ୍ଛା ହୁଏ ପ୍ରୀୟାକୁ ଝୁଲେଇ ଦେବାକୁ

ନିତମ୍ବ ପଛରେ ପାପୁଲି ଦବେଇ କରି


ବସି ନିକାଞ୍ଚନେ 

ବର୍ଷାଭିଜା ଅପରାହ୍ନେ

ଭାବୁଛି ମନେ ମନେ

ଦୂରବୀକ୍ଷଣ ଯନ୍ତ୍ରଟେ ମିଳନ୍ତା କି

ଦେଖନ୍ତି ନୟନ ଭରା ଉପବନ 

ଦନ୍ତା ହାତି ପରି ମନ୍ଥିବା ପାଇଁ କି

ମିଳୁ କି ନ ମିଳୁ ଘନ ଘନ ଆମନ୍ତ୍ରଣ

ନୟନ ସୁଖ ତ ମିଳନ୍ତା

ଅଧା ଉପଭୋଗରେ ଚଳନ୍ତା

ବୀରହ ଜ୍ୱାଳାରେ ବିଚଳିତ ମନ ଦହନ ।


Rate this content
Log in

Similar oriya poem from Romance